ମୁମ୍ବଇ : ସୋନମ କପୁର, ଅନିଲ କପୁର ଓ ରାଜକୁମାର ରାଓଙ୍କ ଅଭିନୀତ ଚଳଚ୍ଚିତ୍ର ‘ଏକ ଲଡ଼କି କୋ ଦେଖା ତୋ ଐସା ଲଗା’ର ବକ୍ସ ଅଫିସ ବ୍ୟବସାୟ ଧିରେଧିରେ ବୃଦ୍ଧି ପାଉଛି। ଗତ ଶୁକ୍ରବାର(୧ ଫେବୃଆରୀ) ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୩.୩୦ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୪.୬୫ କୋଟି ଟଙ୍କା ଆୟ କରିଛି। ଦୁଇ ଦିନରେ ଚଳଚ୍ଚିତ୍ର ସମୁଦାୟ ୮ କୋଟି ଟଙ୍କା ଆୟ କରିଥିବା ବେଳେ ରବିବାର ଏହାର ଆୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ରବିବାର ଚଳଚ୍ଚିତ୍ର ୫.୫୮ କୋଟି ଟଙ୍କାର ବ୍ୟବସାୟ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ ବଜାରରେ ଚଳଚ୍ଚିତ୍ରର ସମୁଦାୟ ୧୩.୫୩ କୋଟି ଟଙ୍କା ଆୟ କରିଛି। ପ୍ରାୟ ୩୫ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ପ୍ରାୟ ୧୫୦୦ ପରଦାରେ ମୁକ୍ତିଲାଭ କରାଯାଇଛି। ତେବେ ୪ର୍ଥ ଦିନରୁ ଚଳଚ୍ଚିତ୍ରର ଆୟ କିପରି ରହିବ ତାହା ଦେଖିବା ବାକି ରହିଛି। ଅନ୍ୟପକ୍ଷରେ ‘ମଣିକର୍ଣ୍ଣିକା’ ଓ ‘ଉରୀ’ ସହ ବକ୍ସ ଅଫିସରେ ‘ଏକ ଲଡ଼କି କୋ ଦେଖା ତୋ ଐସା ଲଗା’ର କଡ଼ା ଟକ୍କର ଜାରି ରହିଛି। ଏଭଳି ସ୍ଥିତିରେ ଚଳଚ୍ଚିତ୍ର ହିଟ୍ ହେବା ନେଇ ବହୁତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ କହିଛନ୍ତି।
Popular Categories



