www.samajalive.in
Monday, December 15, 2025
26.1 C
Bhubaneswar

ଅଷ୍ଟ୍ରେଲିଆରେ ପ୍ରଳୟଙ୍କରୀ ବନ୍ୟା; ବିପଦରେ ୨୦ ହଜାର ଘର, ରାସ୍ତାରେ ବୁଲୁଛନ୍ତି କୁମ୍ଭୀର

କାନବେରା : କିଛି ଦିନ ଧରି ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର-ପଶ୍ଚିମ ଅଷ୍ଟ୍ରେଲିଆରେ ପ୍ରଳୟଙ୍କରୀ ବନ୍ୟା ଆସିଛି। ପ୍ରାୟ ୨୦ ହଜାର ଘର ବନ୍ୟା ଘେରରେ ଥିବାବେଳେ ଲୋକଙ୍କୁ ଘର ଛାଡ଼ି ଆଶ୍ରୟସ୍ଥଳକୁ ଯିବାକୁ ପଡ଼ିଛି। ରାସ୍ତା ଉପରେ ପ୍ରାୟ ୨ରୁ ୩ ମିଟର ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଏପରିକି ରାସ୍ତାରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳୁଛି।
ଏବେ ରୋଜ୍‍ ନଦୀ ଡ୍ୟାମରୁ ପ୍ରତି ସେକେଣ୍ଡରେ ୧୯୦୦ କ୍ୟୁବିକ୍‍ ମିଟର ଜଳ ଛଡ଼ାଯାଉଛି। ଫଳରେ ଆସନ୍ତା ଦିନରେ ଅବସ୍ଥା ଅତ୍ୟଧିକ ଖରାପ ହେବ ବୋଲି ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି। ଘର ଛାଡ଼ି ନଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। କୁଇନ୍ସିଲ୍ୟାଣ୍ଡ ରାଜ୍ୟରେ ଟାଉନ୍ସାଭିଲ ସହର ଜଳାର୍ଣ୍ଣବ ରହିଛି। ଫଳରେ ସହରରେ ବିଦ୍ୟୁତ୍‍ ସରବାରହ ବନ୍ଦ ରହିଛି। କେତେକ ଲୋକ ଘର ଛାତରେ ଆଶ୍ରୟ ନେଇଛନ୍ତି। ହେଲିକପ୍ଟର ଯୋଗେ ସେମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି। ବନ୍ୟା ପରିସ୍ଥିତି ଆଗକୁ ଅଧିକ ଖରାପ ହେବ ହେବାର ଆଶଙ୍କା ରହିଛି ବୋଲି କୁଇନ୍ସିଲ୍ୟାଣ୍ଡ ପାଣିପାଗ ବିଭାଗ ଚେତାବନୀ ଦେଇଛି। ସହରର କେତେକ ସ୍ଥାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଅଷ୍ଟ୍ରେଲିଆରେ ଏହା ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ବୋଲି କୁହାଯାଉଛି।
ଆସନ୍ତା କିଛି ଦିନ ମୂଷଳ ଧାରାରେ ବର୍ଷା ସହ ପ୍ରବଳ ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories