www.samajalive.in
Wednesday, December 10, 2025
26.1 C
Bhubaneswar

‘ଜାତୀୟ ସଡ଼କ ସୁରକ୍ଷା ସପ୍ତାହ’ ; ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ସ୍ବତନ୍ତ୍ର କାର୍‍ ରାଲୀ

ନୂଆଦିଲ୍ଲୀ : ୩୦ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସୋମବାରଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଆଜିଠାରୁ ଏହାକୁ ପାଳନ କରିବା ପାଇଁ ଆୟୋଜନ କରିଛି। ନିରାପଦ ସଡ଼କ ବ୍ୟବହାର ଲାଗି ସଚେନତା ସୃଷ୍ଟି ଓ ଅନେକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯିବ। ଚଳିତ ବର୍ଷ ସଡ଼କ ସୁରକ୍ଷା ସପ୍ତାହର ବାର୍ତ୍ତା ରହିଛି ‘ ସୁରକ୍ଷିତ ରୁହନ୍ତୁ-ସୁଖୀ ରୁହନ୍ତୁ’।


ନୂଆଦିଲ୍ଲୀର ରାଜଘାଟ ସ୍ଥିତ ଗାନ୍ଧି ସ୍ମୃତି ଓ ଦର୍ଶନ ସମିତିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ରାଜପଥ ମନ୍ତ୍ରୀ ନୀତିନ୍‍ ଗଡ଼କରି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଏକ କାର୍‍ ରାଲୀକୁ ଶୁଭାରମ୍ଭ କରିଛନ୍ତି। ଏହି ରାଲି ଭାରତ, ବାଙ୍ଗଲାଦେଶ ଓ ମ୍ୟାଁମାର୍‍ରେ ଗାନ୍ଧିଜୀଙ୍କ ସ୍ମୃତି ଚିହ୍ନ ଥିବା ଐତିହାସିକ ସ୍ଥାନଗୁଡ଼ିକ ଦେଇ ପରିକ୍ରମା କରିବ। ମୋଟ୍‍ ୭ହଜାର ୨୫୦ କିଲୋମିଟର ଭ୍ରମଣ ସହ ଏହି ର‍୍ୟାଲୀ ଆସନ୍ତା ୨୪ ତାରିଖ ଦିନ ମ୍ୟାଁମାର୍‍ର ୟେଙ୍ଗୁନ୍‍ରେ ଶେଷ ହେବ।

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories