www.samajalive.in
Wednesday, December 10, 2025
26.1 C
Bhubaneswar

୧୦ କୋଟି ସାଧାରଣ ଜନତାଙ୍କ ମତାମତରେ ପ୍ରସ୍ତୁତ ହେବ ବିଜେପି ସଂକଳ୍ପ ପତ୍ର

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ  ବିଜେପି ନୂଆ ଧରଣର ଅଭିଯାନ ଆରମ୍ଭ କରିଛି । ୧୦ କୋଟି ସାଧାରଣ ଜନତାଙ୍କ ମତାମତରେ ପ୍ରସ୍ତୁତ ହେବ  ବିଜେପି ସଂକଳ୍ପ ପତ୍ର । ଏଥିପାଇଁ ବିଜେପିର କାର୍ଯ୍ୟକର୍ତ୍ତା ଆସନ୍ତା ଏକ ମାସ ମଧ୍ୟରେ ଲୋକମାନଙ୍କ ଘରକୁ ଯାଇ ସେମାନଙ୍କର ମତାମତ ସଂଗ୍ରହ କରିବେ।

ବିଜେପି ଅଧ୍ୟକ୍ଷ ଅମିତ ଶାହା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କି, ଦେଶରେ ସାଧାରଣ ନିର୍ବାଚନର ବାତାବରଣ ସୃଷ୍ଟି ହୋଇଛି।  କେଉଁ ବ୍ୟକ୍ତି ଏବଂ ଦଳ ହାତରେ ଶାସନ ଭାର ରହିବ ତାହା ଦେଶର ଜନତା ନିର୍ଦ୍ଧାରଣ କରୁଛନ୍ତି । ‘ଭାରତର ମନ କି ବାତ, ମୋଦୀ କେ ସାଥ’ ବିଷୟରେ ଶ୍ରୀ ଶାହା କହିଛନ୍ତି ଯେ, ସଂକଳ୍ପ ପତ୍ରକୁ ଜନ ଆଧାରିତ କରାଯାଇଛି ।  ଭିନ୍ନ-ଭିନ୍ନ ଉପାୟରେ ଆମେ ଲୋକଙ୍କ ସହ ସମ୍ପର୍କ କରିବାକୁ ଚାହୁଁଛୁ । ୧୦ କୋଟି ଲୋକଙ୍କ ସହ ଆମ କାର୍ଯ୍ୟକର୍ତ୍ତା ସମ୍ପର୍କ କରିବେ । ସେମାନଙ୍କଠାରୁ ମତାମତ ପାଇବା ପରେ ବିଜେପି ନିଜର ସଂକଳ୍ପ ପତ୍ର ପ୍ରକାଶ କରିବ । ଦେଶକୁ ସୁରକ୍ଷିତ ରଖିବା, ଦାରିଦ୍ର୍ୟ ଉପରକୁ ଉଠିବା ପାଇଁ ଏହି କାର୍ଯ୍ୟକ୍ରମ କରାଯିବ । ଏହା ଦ୍ୱାରା ଏକ ନୂତନ ଭାରତର ନିର୍ମାଣ ହେବ ।

- Advertisement -

ଶ୍ରୀ ଶାହା କହିଛନ୍ତି କି, ଲୋକମାନଙ୍କ ପାଖକୁ ୩୦୦ ରଥ, ୭୭୦୦ମତ ପେଟି ଯିବ । ପ୍ରତି ରାଜ୍ୟକୁ ୨୦ ଲୋକଙ୍କ ଏକ ଦଳ ପଠାଯିବ । ସେହି ମତାମତ ଆଧାରରେ ସଂକଳ୍ପ ପତ୍ର ପ୍ରସ୍ତୁତ ହେବ । ଅନ୍ୟ ପକ୍ଷରେ ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କି, ଜନଭାଗିଦାରୀ ଦ୍ୱାରା ଲୋକତନ୍ତ୍ର ମଜବୁତ ହେବ । ଦେଶରେ ପ୍ରଥମ ଥର ପାଇଁ ଏଭଳି ହେବାକୁ ଯାଉଛି । ପୂର୍ବରୁ ନିଜର ସଂକଳ୍ପ ପତ୍ର ପ୍ରସ୍ତୁତ କରିବା ପାଇଁ କୌଣସି ରାଜନୈତିକ ଦଳ ଏଭଳି ପ୍ରୟାସ କରି ନ ଥିଲେ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories