www.samajalive.in
Sunday, December 7, 2025
18.1 C
Bhubaneswar

‘ସମାଜ’ ପ୍ରଭାବ : ନିଲମ୍ବିତ ହେଲେ ସରକାରୀ ବାବୁ, ଅଟକିଲା ପଦୋନ୍ନତି

ମୁଖିଗୁଡା : କଳାହାଣ୍ଡି ଜିଲା ଜୟପାଟଣା ବ୍ଲକରେ କାର୍ଯ୍ୟରତ ପ୍ରଗତି ସହାୟକ (ପି.ଏ) ସତାମ୍ବର ପ୍ରଧାନୀ ଥୁଆମୁଳ ରାମପୁର ବ୍ଲକ ଅଞ୍ଚଳର ଜଣେ  ଦଳିତ ବର୍ଗର ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଅପହରଣ କରି ନେଇଥିଲେ। ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପଡୋଶୀ ରାୟଗଡାରେ ଏକ ଲଜରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

କୌଣସି ସୂତ୍ରରୁ ଖବର ପାଇ ଯୁବତୀଙ୍କ ସମ୍ପର୍କୀୟ ରାୟଗଡାରେ ପହଞ୍ଚିବା  ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସମ୍ପୃକ୍ତା ଯୁବତୀଙ୍କୁ କୋର୍ଟ ମ୍ୟାରେଜ କରିବା ନେଇ ଚୁକ୍ତି କରିଥିଲେ । ଏନେଇ କଳାହାଣ୍ଡି ଜିଲା ବିବାହ ପଞ୍ଜିକରଣ ଅଧିକାରୀଙ୍କ ଠାରେ ମଧ୍ୟ ଆବେଦନ କରିଥିଲେ । କିନ୍ତୁ ବିବାହ ପଞ୍ଜିକରଣ ପାଇଁ ଧାର୍ଯ୍ୟ ତାରିଖ ଆସିବା ପୂର୍ବରୁ ଶ୍ରୀ ପ୍ରଧାନୀ କୌଶଳ କ୍ରମେ ଫେରାର ମାରିଥିଲେ। ଏନେଇ ଯୁବତୀଙ୍କ ତରଫରୁ ଏକ ମାମଲା ରୁଜୁ କରିବା ପରେ ପ୍ରଗତି ସହାୟକ ଶ୍ରୀ ପ୍ରଧାନୀ ଦୀର୍ଘ ଦିନ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିଲେ। ନିଜ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ସେ ଛୁଟିରେ ରହିଥିଲେ । ପରେ ଥୁଆମୁଳ ରାମପୁର ଥାନା ଅଧିକାରୀ ମାମଲା ରୁଜୁ କରି ଗିରଫ କରିଥିଲେ ।

- Advertisement -

ଗତ ୧୬.୧୨.୨୦୧୯  ଦିନ ଠାରୁ ୨୫.୧.୨୦୨୦ ପର୍ଯ୍ୟନ୍ତ ଦୀର୍ଘ ୪୦ ଦିନ ଜେଲରେ ରହିଥିଲେ । ୨୭.୧.୨୦୨୦ ଦିନ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ;  କିନ୍ତୁ ଜେଲରେ ରହିବା ପରେ ମଧ୍ୟ  ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ  ତାଙ୍କୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ପଦୋନ୍ନତି ଦିଆଯାଇଥିଲା ।

ଏ ସମ୍ପର୍କରେ ‘ସମାଜ’ ରେ  ଖବର ପ୍ରକାଶିତ ହେଇଥିଲା। ଏହି ଖବରକୁ ଭିତ୍ତି କରି ପଞ୍ଚାୟତି ରାଜ୍ୟ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ତଦନ୍ତ କରି ତାଙ୍କ ପଦୋନ୍ନତିକୁ ସ୍ଥଗିତ ରଖିବା ସହ ନିଲମ୍ବିତ କରାଯାଇଥିବା ଜନୈକ ବିଭାଗୀୟ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତରେ ସୂଚନା ଦେଇଛନ୍ତି।

ସୁଚନାଯୋଗ୍ୟଯେ, ନିଜ ଅଧିନରେ କାର୍ଯ୍ୟରତ ଜଣେ କର୍ମଚାରୀ ଯାହାଙ୍କ ଦାଇତ୍ୱରେ ପ୍ରଗତି ସହାୟକ ପଦବୀ ସହ ଗ୍ରାମ ପଞ୍ଚୟତ ସମ୍ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ରହିଥିଲେ ମଧ୍ୟ ବିଭାଗୀୟ ମୁଖ୍ୟ ତାଙ୍କର ଅନୁପସ୍ଥିତି ସମ୍ବନ୍ଧରେ ଜାଣିନପାରିବା ତାଙ୍କର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ତୁରନ୍ତ ଏନେଇ ଏକ ନିରପେକ୍ଷ ତଦନ୍ତ କରାଯିବା ନେଇ ସାଧାରଣରେ ଦାବି ହେଉଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories