ପାକିସ୍ତାନରେ ଆଇଡି ବିସ୍ଫୋରଣ -୫ ସୁରକ୍ଷାକର୍ମୀ ମୃତ
ଇସଲାମାବାଦ – ପାକିସ୍ତାନର ବେଲୁଚିସ୍ତାନର କେଛ ଜିଲ୍ଲାରେ ଏକ ବିସ୍ଫୋରଣରେ ୫ ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଛି ।ବେଲୋଚିସ୍ତାନ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି । ବିସ୍ପୋରଣ ପରେ ବିଚ୍ଛିନ୍ନତାବାଦୀମାନେ ସେନା ଉପରେ ଗୁଳି ଚାଳନା କରିଥିଲେ ।
ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିମାଡରେ ୩ ଜଣ ବେଲୋଚ ବିଚ୍ଛିନ୍ନତାବାଦୀଙ୍କର ମୃତ୍ୟୁ ହୋଇଥିବା କଥା ପାକିସ୍ତାନ ସେନାର ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।
ପାକିସ୍ତାନ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ବେଳେ ଏବେ ପାକିସ୍ତାନରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ପାକିସ୍ତାନର ଖାଇବର ପଖତୁନ ଏବଂ ବେଲୁଚିସ୍ତାନରେ ଅଧିକ ଆକ୍ରମଣ ପରିଲକ୍ଷିତ ହେଉଛି ।
Comments are closed.