www.samajalive.in
Saturday, December 6, 2025
26.1 C
Bhubaneswar

ବଢୁଛି କୁମ୍ଭୀର ବଂଶ – ୨୦୨୪ରେ ୧୮୧୧

ରାଜନଗର/ଭୁବନେଶ୍ୱର: ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୩ ଗଣନା ବେଳେ କୁମ୍ଭୀରଙ୍କ ସଂଖ୍ୟା ୧୭୯୩ ଥିବାବେଳେ ଚଳିତବର୍ଷ ଏହା ୧୮୧୧କୁ ଛୁଇଁଛି। ଏଥିମଧ୍ୟରେ କନିକା ବନଖଣ୍ଡରେ ସର୍ବାଧିକ ୧୪୨୨ଟି କୁମ୍ଭୀର ଥିବା ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌) ଡ. ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।

ଆପଣଙ୍କ ରାଶି କଣ? ଜାଣନ୍ତୁ ଏ ସପ୍ତାହର ରାଶିଫଳ

- Advertisement -

ଡ. ନନ୍ଦଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ୧୦ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। ୧୨ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନାରେ ୨୨ଟି ଗଣନାକାରୀ ଦଳ ସାମିଲ ହୋଇଥିଲେ। ଭିତରକନିକା ଜାତୀୟ ପାର୍କ ଏବଂ ଅନ୍ୟାନ୍ୟ ନଦୀ ଅବବାହିକାରେ କୁମ୍ଭୀରଙ୍କ ଗଣନା ବେଳେ ଜଣାଯାଇଛି ଯେ, ଏଥର କୁମ୍ଭୀରଙ୍କ ସଂଖ୍ୟା ୧୮ଟି ବଢ଼ି ୧୮୧୧ରେ ପହଞ୍ଚିଛି। ସେଥି ମଧ୍ୟରେ ୬ରୁ ୮ଫୁଟିଆ ବଡ଼କୁମ୍ଭୀରଙ୍କଠାରୁ ଆରମ୍ଭ କରି ୩ରୁ ୬ଫୁଟିଆ ମଧ୍ୟମ ଧରଣର ଓ ୨ରୁ ୩ଫୁଟିଆ ଛୋଟ କୁମ୍ଭୀର ରହିଛନ୍ତି। ୫୮୨ଟି ସଦ୍ୟ ବାହାରିଥିବା କୁମ୍ଭୀର (ହାଚଲିଂ) ଚିହ୍ନଟ ହୋଇଥିବାବେଳେ ୩୮୭ଟି ବର୍ଷିକିଆ, ୩୨୭ଟି କିଶୋର ଅବସ୍ଥାରେ ଥିବା (ଜୁଭେନାଇଲ୍ସ) କୁମ୍ଭୀର, ୧୬୭ଟି ଅଧାପ୍ରୌଢ଼ ଏବଂ ୩୪୮ଟି ପ୍ରୌଢ଼ ଜାତୀୟ କୁମ୍ଭୀର ରହିଛନ୍ତି। ସର୍ବାଧିକ ୧୪୨୨ଟି କୁମ୍ଭୀର କେବଳ ଭିତରକନିକାର କନିକା ବନାଞ୍ଚଳ ନଦୀ ଅବବାହିକାରେ ରହିଛନ୍ତି। ମହାନଦୀ ଅବବାହିକାର ମହାକାଳପଡ଼ାଠାରେ ୮୩ଟି କୁମ୍ଭୀର ଚିହ୍ନଟ ହୋଇଥିବାବେଳେ ଗହୀରମଥାରେ ୩୪ଟି ଚିହ୍ନଟ ହୋଇଛନ୍ତି। ୨୦୨୩ରେ ୫୬୯ଟି ଛୋଟ(୨ଫୁଟରୁ କମ୍) କୁମ୍ଭୀର ଥିବାବେଳେ ଏହା ଏବେ ୫୮୨କୁ ବୃଦ୍ଧି ପାଇଛି। ସେହିପରି ବର୍ଷିକିଆ ୩୮୮ରୁ ୩୮୭କୁ କମିଥିବାବେଳେ ଜୁଭେନାଇଲ୍ସ ୩୨୫ରୁ ୩୨୭କୁ ବଢ଼ିଛି। ୬ରୁ ୮ଫୁଟିଆ ୧୬୭ଟି କୁମ୍ଭୀର ଥିବାବେଳେ ୩୪୮ଟି ୮ଫୁଟରୁ ଊର୍ଦ୍ଧ୍ବ ବଡ଼ କୁମ୍ଭୀର ଓଡ଼ିଶାରେ ରହିଛନ୍ତି ବୋଲି ଗଣନାରୁ ଜଣାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories