ଭୁବନେଶ୍ବର : ବଜେଟର ସାଧାରଣ ଆଲୋଚନା ଉପରେ ମଙ୍ଗଳବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ପୁଣି ଚର୍ଚ୍ଚାକୁ ଆସିଛି ‘ସମାଜ’। ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’କୁ ବିରୋଧୀଙ୍କ କଟାକ୍ଷର ସେ ଉପଯୁକ୍ତ ଜବାବ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ନାମିତ ହେବାରେ କେହି ପ୍ରଶ୍ନବାଚୀ କରିବା ଉଚିତ ନୁହେଁ। ସରକାରଙ୍କର ଏହି ନାମକରଣକୁ ଅଗଣିତ ଗୋପବନ୍ଧୁ ପ୍ରେମୀ ପ୍ରଶଂସା କରିଛନ୍ତି। କେହି ବିରୋଧ କରିନାହାନ୍ତି। ବିରୋଧୀ ଦଳ କେବଳ ବିରୋଧ କରିବା ବାହାନାରେ ବିରୋଧ କରୁଛନ୍ତି। ସେ କହିଲେ, ‘ସମାଜ’ର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କହିଛନ୍ତି ଯେ, ଏହାଦ୍ବାରା ଉତ୍କଳମଣି ଗୋପବନ୍ଧୁଙ୍କୁ ପ୍ରକୃତ ସମ୍ମାନ ଦିଆଯାଇ ପାରିଛି।
Popular Categories



