www.samajalive.in
Saturday, December 6, 2025
26.1 C
Bhubaneswar

ବନଜ୍ୟୋସ୍ନା ସାହିତ୍ୟ ସଂସଦର ସାହିତ୍ୟ ଆସର

ଫୁଲବାଣୀ :ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି,ପରମ୍ପରା ଓ ଐତିହ୍ୟ କୁ ନେଇ ପରିବର୍ଦ୍ଧିତ ଓଡିଆ ଅସ୍ମିତା କୁ ନେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସଦ ବନଜ୍ୟୋସ୍ନା ତରଫରୁ ମାସାନ୍ତ ସାହିତ୍ୟ ଆସର ଫୁଲବାଣୀ ସଦର ବ୍ଳକ ସ୍ଥିତ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷିକା ପ୍ରୀୟଦର୍ଶନୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସାହିତ୍ୟ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରା,ଉପସଭାପତି ଶରତଚନ୍ଦ୍ର ମହାନ୍ତି,ବରିଷ୍ଠ ସଦସ୍ୟା କଳ୍ପନା ରାଣୀ ପାତ୍ର, ପ୍ରଣତି ତ୍ରିପାଠୀ ବିଦ୍ୟାଳୟ ସ୍ତରରୁ ଓଡିଆ ଭାଷାର ଉପାଦେୟତା ସମ୍ପର୍କିତ ଆଲୋଚନା କରିଥିଲେ।

ସଙ୍ଗଠନ ସମ୍ପାଦକ ସୋମନାଥ ସାହୁ ଓ ସାଂସ୍କୃତିକ ସମ୍ପାଦିକା ମୁସ୍କାନ ସୁଆର , ମୁଖ୍ୟ ସମ୍ପାଦକ ଡକ୍ଟର କାହ୍ନୁ ଚରଣ ଶତପଥୀ ଓଡିଆ ଅସ୍ମିତା ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ଉପାଦେୟତା ବିଷୟରେ ଆଲୋକପାତ କରି ସଭା କାର୍ଯ୍ୟ ସଂଯୋଜନା କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ କୁଇଜ୍ ଏବଂ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ପ୍ରମାଣ ପତ୍ର ଓ ଗ୍ରନ୍ଥାଗାର ପାଇଁ ବହୁ ଉପାଦେୟ ପୁସ୍ତକ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ପ୍ରଦାନ କରାଯାଇଥିଲା। ସହକାରୀ ଶିକ୍ଷିକା ସରସ୍ୱତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଙ୍ଗୀତ ଶିକ୍ଷକ ମନୋଜ ନାୟକ ଓ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ସାହିତ୍ୟ ଆଲୋଚନା ଚକ୍ରରେ ଶିକ୍ଷିକା ଏ.ଲୀଜା ରାଣୀ ପାତ୍ର, ସୁଜାତା କହଁର ଅଂଶ ଗ୍ରହଣ କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories