www.samajalive.in
Saturday, December 6, 2025
14.1 C
Bhubaneswar

ଅଶାଳୀନ ବ୍ୟଙ୍ଗକାର

ଅଭିବ୍ୟକ୍ତିର ସ୍ବାଧୀନତାର ସୀମା କେତେ, ତାହା ଏ ପର୍ଯ୍ୟନ୍ତ ଅନିର୍ଦିଷ୍ଟ। ଏହା ସ୍ଥିର କରିବା ବି ସହଜ ନୁହେଁ। ତେବେ ସବୁଥିରେ ସମ୍ଭ୍ରମତା ଓ ଶାଳୀନତା ରହିବା ସଭ୍ୟ ମଣିଷ ଓ ସମାଜ ପାଇଁ ଅବଶ୍ୟ ଏକ ଜରୁରୀ ଆବଶ୍ୟକତା। ଓଡ଼ିଶାର ଜଣେ ରାଜନେତାଙ୍କ ବନ୍ଧୁ ଓଡ଼ିଆ, ଓଡ଼ିଶା ଓ ବିଧାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବାପରେ ସେ ରାଜ୍ୟବାସୀଙ୍କ ପକ୍ଷରୁ ସମାଲୋଚିତ ହେବା ଆଦୌ ଅସ୍ବାଭାବିକ ନୁହେଁ। ଗୁରୁବାର ତାଙ୍କୁ ପୁଲିସ ଦିଲ୍ଲୀରୁ ଗିରଫ କରିଥିଲା। ଅବଶ୍ୟ ଅଦାଲତ ତାଙ୍କୁ ପରେ ଜାମିନ ପ୍ରଦାନ କରିଛନ୍ତି। ଉକ୍ତ ବ୍ୟକ୍ତି କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି; ସେ ଜଣେ ସାମ୍ବାଦିକ ଓ ସୁରକ୍ଷା ବିଶ୍ଳେଷକ। ସେ ଯେଉଁ ମନ୍ତବ୍ୟମାନ ଦେଇଛନ୍ତି, ତାହା ନିଶ୍ଚିତ ଭାବେ ସଚେତନ ଓଡ଼ିଆଙ୍କୁ ବାଧିବ; କିନ୍ତୁ ସେ କହିଛନ୍ତି ଯେ ତାହା ‘ବ୍ୟଙ୍ଗ’। କୌଣସି ବ୍ୟକ୍ତବିଶେଷକୁ ବ୍ୟଙ୍ଗ କରିବା ବା ବ୍ୟଙ୍ଗାତ୍ମକ ବିବୃତି ଦେବା ଓ କୌଣସି ରାଜ୍ୟ ବା ଜାତି (ଓଡ଼ିଆ)କୁ ବ୍ୟଙ୍ଗ କରିବା ଯେ ଅଲଗା କଥା, ତାହା କ୍ଷୀଣ ବୁଦ୍ଧିଯୁକ୍ତ ବ୍ୟକ୍ତି ମଧ୍ୟ ବୁଝିପାରିବ। ତେଣୁ ଓଡ଼ିଆ ଜାତି, କୋଣାର୍କ, ଶ୍ରୀଜଗନ୍ନାଥ ବା ଓଡ଼ିଶାକୁ ଅତି ନୀଚ ଓ ବିଭ୍ରାନ୍ତିକର ଭାଷାରେ ଗାଳିଫଜିତ ଏବଂ ଅପମାନିତ କରିବା ଆଦୌ ଗ୍ରହଣୀୟ ନୁହେଁ। ତାଙ୍କର ଏପରି କରିବାର ଅଧିକାର ମଧ୍ୟ ନାହିଁ। ମନ୍ତବ୍ୟରୁ ଜଣାପଡ଼ୁଛି ଯେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଇତିହାସ ଉପରେ ତାଙ୍କର ସାଧାରଣ ଜ୍ଞାନ ନାହିଁ। ସଂପୃକ୍ତ ବ୍ୟକ୍ତିଙ୍କ ସପକ୍ଷରେ ‘ଅଭିବ୍ୟକ୍ତିର ସ୍ବାଧୀନତା’ର ଆଳ ଦେଖାଇ କିଛି ଲୋକ (ଏଥିରେ ବିଶିଷ୍ଟ ବି ଅନ୍ତର୍ଭୁକ୍ତ) ଟ୍ବିଟରରେ ଯେଉଁ ‘ହ୍ୟାଶ୍‌ଟ୍ୟାଗ୍’ ସୃଷ୍ଟି କରିଛନ୍ତି, ତାହା ସେମାନଙ୍କ ଅଜ୍ଞତା ବ୍ୟତୀତ କିଛି ନୁହେଁ। ଯଦି ବାସ୍ତବତା ସେମାନେ ଜାଣିଥା’ନ୍ତେ, ହୁଏତ ଏପରି ଅଶାଳୀନ ବ୍ୟଙ୍ଗକାରଙ୍କ ସପକ୍ଷରେ ଠିଆ ହୋଇନଥା’ନ୍ତେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories