www.samajalive.in
Sunday, December 7, 2025
23.1 C
Bhubaneswar

ଓଡିଶା ପରେ ବିହାର ଗସ୍ତରେ ନିର୍ବାଚନ କମିଶନଙ୍କ ଟିମ୍

ଡେସ୍କ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗ ଟିମ୍ ଆସନ୍ତାକାଲିଠାରୁ ତିନି ଦିନିଆ ବିହାର ଗସ୍ତରେ ଯାଇ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମୀକ୍ଷା କରିବେ। ସୂଚନା ଅନୁଯାୟୀ, ଏହି ଟିମ୍ ସୁରକ୍ଷା ଦିଗ, ପୋଲିଂ ବୁଥ୍ ପ୍ରସ୍ତୁତି, ଭୋଟର ତାଲିକାର ସ୍ଥିତି, ଭୋଟର ସଚେତନତା ଅଭିଯାନ ଏବଂ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ।

ଏଫଆଇଏଚ୍ ମହିଳା ହକି ପ୍ରୋ ଲିଗ୍: ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କଲା ଭାରତ

- Advertisement -

ପ୍ରଥମ ଦିନରେ ସିଇସି ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଓ ଅରୁଣ ଗୋଏଲ ଏବଂ ନିର୍ବାଚନ ଆୟୋଗର ଅଧିକାରୀମାନେ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ, ଡିଜିପି ଏବଂ ଝାଡ଼ଖଣ୍ଡର କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରି ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ସମୀକ୍ଷା କରିବେ।

ନିର୍ବାଚନୀ ବଣ୍ଡଦାତା ଓ ଗ୍ରହୀତାଙ୍କ ସମସ୍ତ ବିବରଣୀ ପ୍ରକାଶ କରିବେ ନିର୍ବାଚନ କମିଶନ

ଫେବ୍ରୁଆରି ୨୦ ତାରିଖରେ ରାଜ୍ୟର ଜାତୀୟ ଓ ସ୍ୱୀକୃତିପ୍ରାପ୍ତ ଦଳର ପ୍ରତିନିଧିଙ୍କ ସହ ଆୟୋଗ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ବୈଠକ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଭିନ୍ନ ଜୋନର ସମସ୍ତ ଏସପି, କମିଶନର ଓ ଇନ୍ସପେକ୍ଟର ଜେନେରାଲ ମାନେ ଅଂଶଗ୍ରହଣ କରିବେ।

ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମାଧାନ କେବେ

ଗସ୍ତର ଶେଷ ପର୍ଯ୍ୟାୟରେ ଟିମ୍ ପୁଣି ଥରେ ବିହାରର ସିଇଓ ଏବଂ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ନୋଡାଲ ଅଫିସରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବ। କଳାଧନ, ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ୟବହାରକୁ ରୋକିବା ପାଇଁ ଆୟୋଗ ଆୟକର, ଅବକାରୀ ବିଭାଗ ଏବଂ ସୀମା ଶୁଳ୍କ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଶେଷ ଦିନରେ ସିଇସି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଚୂଡ଼ାନ୍ତ ସମୀକ୍ଷା ବୈଠକ କରିବେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories