mission shakti banner

ରାଜନୈତିକ ଦଳ ପାଇଁ ପ୍ରସାରଣ ସମୟ ନିର୍ଦ୍ଧାରିତ କଲେ ନିର୍ବାଚନ କମିଶନ

BSKY banner  750×100
0

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶନିବାର ଦିନ ଆସନ୍ତା ଲୋକସଭା ନିର୍ବାଚନ ନିମନ୍ତେ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ଗୁଡିକ ପାଇଁ ଆକାଶବାଣୀ ଏବଂ ଦୂରଦର୍ଶନରେ ପ୍ରଚାର ପ୍ରସାର ନିମନ୍ତେ ସମୟ ଧାର୍ଯ୍ୟ କରିଛନ୍ତି। ୭ଟି ଜାତୀୟ ଓ ୫୨ଟି ଆଞ୍ଚଳିକ ରାଜନୈତିକ ଦଳକୁ ଏହି ସୁଯୋଗ ମିଳିବ। ପଞ୍ଜିକୃତ ଅଣସ୍ୱିକୃତୀପ୍ରାପ୍ତ ରାଜନୈତିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ଏହି ସୁଯୋଗ ମିଳିବ ନାହିଁ।

ବିଜେପିକୁ ଉଭୟ ଦୂରଦର୍ଶନ ଏବଂ ଆକାଶବାଣୀରେ ଜାତୀୟ ସ୍ତରରେ ପ୍ରଚାର ଏବଂ ପ୍ରସାରଣ ପାଇଁ ୩ଘଣ୍ଟା ୪ମିନିଟ ଲେଖାଏଁ ସମୟ ଦିଆଯାଇଥିବା ବେଳେ ଆଞ୍ଚଳିକ କେନ୍ଦ୍ର ମାଧ୍ୟମରେ ପ୍ରଚାର ଏବଂ ପ୍ରସାରଣ ପାଇଁ ୪ଘଣ୍ଟା ୩୬ମିନିଟ ଲେଖାଏଁ ସମୟ ଆବଣ୍ଟନ କରାଯାଇଛି। ଦୂରଦର୍ଶନ ଏବଂ ଆକାଶବାଣୀରେ ଜାତୀୟ ସ୍ତରରେ ପ୍ରଚାର ଏବଂ ପ୍ରସାରଣ ପାଇଁ କଂଗ୍ରେସକୁ ୨ଘଣ୍ଟା ୧୧ମିନିଟ ଓ ଆଞ୍ଚଳିକ କେନ୍ଦ୍ର ମାଧ୍ୟମରେ ପ୍ରଚାର ଏବଂ ପ୍ରସାରଣ ପାଇଁ ୩ଘଣ୍ଟା ୧୭ମିନିଟ ସମୟ ଦିଆଯାଇଛି। ନିର୍ବାଚନ କମିଶନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୂରଦର୍ଶନ ଏବଂ ଆକାଶବାଣୀରେ ଜାତୀୟ ସ୍ତରରେ ପ୍ରଚାର ଏବଂ ପ୍ରସାରଣ ପାଇଁ ସିପିଆଇ(ଏମ)କୁ ୬୦ମିନିଟ, ଏଆଇଟିସିକୁ ୬୧ ମିନିଟ, ଏନସିପିକୁ ୫୨ ମିନିଟ, ବିଏସପିକୁ ୬୪ ମିନିଟ ଏବଂ ସିପିଆଇକୁ ୪୮ ମିନିଟ ସମୟ ଆବଣ୍ଟନ କରାଯାଇଛି। ସେହିପରି ଆଞ୍ଚଳିକ କେନ୍ଦ୍ର ମାଧ୍ୟମରେ ପ୍ରଚାର ଏବଂ ପ୍ରସାରଣ ପାଇଁ କଂଗ୍ରେସକୁ ୩ଘଣ୍ଟା ୧୭ମିନିଟ, ବିଏସପିକୁ ୧ଘଣ୍ଟା ୩୬ ମିନିଟ, ସିପିଆଇକୁ ୧ଘଣ୍ଟା ୧୨ମିନିଟ, ଏନସିପିକୁ ୧ଘଣ୍ଟା ୧୮ମିନିଟ
ଏବଂ ଏଆଇଟିସିକୁ ୧ଘଣ୍ଟା ୩୨ମିନିଟ ସମୟ ଦିଆଯାଇଛି। ନିର୍ବାଚନ କମିଶନ କହିଛନ୍ତି ଯେ ଜାତୀୟ ଦଳଗୁଡିକ ପାଇଁ ଦୂରଦର୍ଶନରେ ପ୍ରାୟ ୧୦ଘଣ୍ଟା ଓ ଆଞ୍ଚଳିକ ଦୂରଦର୍ଶନରେ ୧୫ଘଣ୍ଟା ସମୟ ସମୟ ପାଇବେ। ଅନ୍ୟପକ୍ଷରେ ୨୦୧୪ ଲୋକସଭା ନିର୍ବାଚନରେ ପାଇଥିବା ଭୋଟ ସଂଖ୍ୟା ଅନୁଯାୟୀ ଆକାଶବାଣୀ ଓ ଦୂରଦର୍ଶନରେ ସ୍ଲଟ ସ୍ଥିର କରାଯିବ।

Leave A Reply