ସ୍ୱପ୍ନରେ କିଛି ଖାଦ୍ୟ ଖାଉଥିବାର ଦେଖୁଛନ୍ତି କି? ଜାଣନ୍ତୁ ଏହାର ଅର୍ଥ

0

ଶୋଇବା ସମୟରେ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା। ହେଲେ ସ୍ୱପ୍ନ ଜ୍ୟୋତିଷଶାସ୍ତ୍ର ଅନୁସାରେ ସ୍ୱପ୍ନର ବିଶେଷ ମହତ୍ତ୍ୱ ରହିଛି। ସ୍ୱପ୍ନଶାସ୍ତ୍ର ଅନୁସାରେ, କିଛି ସ୍ୱପ୍ନ ଶୁଭ ଫଳର ସଙ୍କେତ ଦେଇଥାଆନ୍ତି ତ ଆଉ କିଛି ଅଶୁଭ ହେବାର ସଙ୍କେତ ଦେଇଥାଆନ୍ତି। ତେବେ ବେଳେବେଳେ ଆମେ କିଛି ଜିନିଷ ଖାଉଥିବାର ସ୍ୱପ୍ନ ଦେଖିଥାଆନ୍ତି। ଚାଲନ୍ତୁ ଜାଣିବା ସ୍ୱପ୍ନରେ ଖାଦ୍ୟ ଜିନିଷ ଦେଖିବାର ଅର୍ଥ କ’ଣ ହୋଇଥାଏ –

prayash

– ସ୍ୱପ୍ନରେ ଅଁଳା ଖାଉଥିବାର ଦେଖିଲେ, ଏହା ମନସ୍କାମନା ପୂର୍ଣ୍ଣ ହେବାର ସଙ୍କେତ ହୋଇଥାଏ। ହେଲେ ଯଦି ଆପଣ ଅଁଳାକୁ ଖାଲି ଦେଖୁଛନ୍ତି, ତେବେ ଆପଣଙ୍କ ଇଚ୍ଛା ଅଧା ରହିପାରେ।
– ଅଦା ଖାଉଥିବା ଦେଖିବା, ମାନ ସମ୍ମାନ ବୃଦ୍ଧିର ସଙ୍କେତ ଦେଇଥାଏ।
– ସ୍ୱପ୍ନରେ ସପୁରୀ ଖାଉଥିବା ଦେଖୁଥିଲେ, ଏହା ସଙ୍କେତ ଦେଇଥାଏ ଯେ ଆପଣଙ୍କୁ ପ୍ରଥମେ ବହୁ ଚିନ୍ତା ଓ କଷ୍ଟର ସାମ୍ନା କରିବାକୁ ପଡ଼ିବ ଓ ତା’ପରେ ଶାନ୍ତି ମିଳିବ।
– ଆଇସକ୍ରିମ୍‍ ଖାଉଥିବା ଦେଖିଲେ, ଏହା ଆପଣଙ୍କ ଜୀବନରେ ସୁଖ-ଶାନ୍ତି ଆସିବାର ପୂର୍ବାଭାଷ।
– ଜୁଆଣି ଖାଉଥିବା ଦେଖିବା ଅର୍ଥ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବାର ସଙ୍କେତ।
– ଆମ୍ବ ଖାଇବାର ସ୍ୱପ୍ନ ଦେଖିବା ଧନ ଓ ସନ୍ତାନ ପ୍ରାପ୍ତିର ସଙ୍କେତ।
– ତେନ୍ତୁଳୀ ଖାଇବାର ସ୍ୱପ୍ନ ଦେଖିବା ମହିଳାଙ୍କ ପାଇଁ ଶୁଭପ୍ରଦ ହୋଇଥିବା ବେଳେ ପୁରୁଷଙ୍କ ପାଇଁ ଅଶୁଭ ହୋଇଥାଏ।

Leave A Reply