www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ, ଶରୀର ପାଇଁ କେତେ ଉପକାରୀ ସପେଟା

ଏହା ଆମେ ଜାଣନ୍ତି ଯେ, ଫଳ ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ସବୁ ଫଳ ମଧ୍ୟରୁ ସପେଟା ଅନ୍ୟତମ। ତେବେ ଖୁବ୍ କମ୍ ଲୋକ ସପେଟାର ଉପକାରୀତା ବିଷୟରେ ଅବଗତ। ଆସନ୍ତୁ ଜାଣିବା ସପେଟା ଖାଇବା ଦ୍ବାରା ଆମକୁ କି ଲାଭ ମିଳିଥାଏ –

– ସପେଟା ଖାଇବା ଦ୍ୱାରା ଶରୀରକୁ ଭିଟାମିନ-ଏ ମିଳିବା ସହିତ ଦୃଷ୍ଟିଶକ୍ତି ମଧ୍ୟ ପ୍ରଖର ହୋଇଥାଏ।
– ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ଓ ଶରୀରକୁ ଫାଇବର ମିଳିଥାଏ।
– ସପେଟା ମୋଟାପଣ ଦୂର କରିବାରେ ସହାୟକ ହୋଇଥାଏ। ଏହାସହିତ ହୃଦୟ ସମ୍ବନ୍ଧୀୟ ରୋଗରୁ ମଧ୍ୟ ଦୂରେଇ ରଖେ। ସପେଟା ଖାଇବା ଦ୍ବାରା ଶରୀରରେ ସଠିକ୍ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ।
– ସପେଟାରେ ଗ୍ଲୁକୋଜର ମାତ୍ରା ଅଧିକ ରହିଥାଏ। ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ଯେଉଁମାନେ ଅଧିକ ବ୍ୟାୟାମ କରୁଛନ୍ତି ସେମାନେ ସେପଟା ଖାଇବା ଜରୁରୀ।
– ସପେଟାରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ଅନ୍ୟ ପ୍ରକାରର ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରରୁ କ୍ୟାନସର ଦୂର କରିଥାଏ।
– ଏହାକୁ ଖାଇବା ଦ୍ବାରା ହାଡ଼କୁ ମଜବୁତ କରିଥାଏ। ଯେଉଁମାନଙ୍କୁ ହାଡଜନିତ ଯନ୍ତ୍ରଣା ରହିଛି ସେମାନେ ନିୟମିତ ଭାବେ ସପେଟା ଖାଇବା ଉଚିତ।
– ସପେଟାରେ ଅନେକ ପ୍ରକାରର ଆଣ୍ଟି ଭାଇରାଲ, ଆଣ୍ଟି ପରସିଟିକ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି, ଯାହା ଶରୀରରେ ବ୍ୟାକ୍ଟେରିଆକୁ ପ୍ରବେଶ କରିବାକୁ ଦିଏନାହିଁ।
– ଖାସ ଏବଂ ଥଣ୍ଡାକୁ ଦୂର କରିବା ପାଇଁ ସପେଟା ରାମବାଣ ଭଳି କାମ କରେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories