www.samajalive.in
Sunday, December 7, 2025
18.1 C
Bhubaneswar

ଏଣିକି ବିନା ସିମରେ ହେବେ କଥାବାର୍ତ୍ତା

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆସୁଛି ବିନା ସିମ୍‍ର ଆଇଫୋନ୍‍। ଆପଲ୍ ଏପରି ଏକ ଆଇଫୋନ୍ ଆଣିବାକୁ ଯାଉଛି। ଯେଉଁଥିରେ ସିମ୍ କାର୍ଡ ଭର୍ତ୍ତି କରିବା ପାଇଁ କୌଣସି ସ୍ଲଟ ରହିବ ନାହିଁ। ଅର୍ଥାତ୍‍ ଏହି ଫୋନ୍‍ ଇ-ସିମରେ ଚାଲିବ। ଆପଲ୍ ଆଇଫୋନ୍ ୧୫ ସିରିଜରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବାକୁ ଯାଉଛି । ଏହି ଆଇଫୋନ୍‍ ୨୦୨୩ରେ ଆସିବା। ଯାହାକି ପ୍ରଥମ ବିନା ସିମ୍‍ର ଆଇଫୋନ୍‍ ହେବ।

ଏହି ବିନା ସିମ୍‍ର ଆଇଫୋନରେ ୨ଟି ଇ-ସିମ୍ ବ୍ୟବହାର ହୋଇପାରିବ। ଇ-ସିମ୍ ସହିତ ଆପଲ୍ ଏହାର ଆଇଫୋନ୍ XR, ଆଇଫୋନ୍ XS ଏବଂ ଆଇଫୋନ୍ XS ମ୍ୟାକ୍ସ ଲଞ୍ଚ କରିଛି। ସୂଚନା ଅନୁସାରେ ଆପଲ୍ ଆଇଫୋନ୍ ୨୦୨୩ ପ୍ରୋ ମଡେଲରେ ସିମ୍ କାର୍ଡ ସ୍ଲଟ୍ ରହିବ ନାହିଁ। ଏହା ସଂଯୋଗ ପାଇଁ ଇ-ସିମ୍ ଟେକ୍ନୋଲୋଜି ଉପରେ ସମ୍ପୂର୍ଣ୍ଣ ଆଧାରିତ ହେବ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଆପଲ୍ ଦୀର୍ଘ ଦିନ ଧରି ଏହା ଉପରେ କାର୍ୟ୍ୟ କରିଆସୁଛି। ଇ-ସିମ୍ ସିରିଜର ଫୋନ୍ ଦୁନିଆର ଅନ୍ୟ ଦେଶରେ ବିକ୍ରି ହେବ ନାହିଁ। କାରଣ ବର୍ତ୍ତମାନ ଅନେକ ଦେଶରେ ଇ-ସିମ୍ ଟେକ୍ନୋଲୋଜି ବ୍ୟବହାର କରିବା ସହଜ ନୁହେଁ ବୋଲି ସଂସ୍ଥା କହିଛି।

- Advertisement -

ଆସନ୍ତୁ ଜାଣିବା ଏ ଇ-ସିମ୍‍ କ’ଣ?
ଟେଲିକମ୍ କମ୍ପାନୀ ଗୁଡ଼ିକ ଇ-ସିମ୍ ଓଭର-ଏୟାର୍ ସକ୍ରିୟ କରିଛନ୍ତି। ଇ-ସିମ୍ ହେଉଛି ମୋବାଇଲ୍ ଫୋନରେ ଇନଷ୍ଟଲ୍ ହୋଇଥିବା ଭର୍ଚୁଆଲ୍ ସିମ୍। ଏହା ଏକ ଭୌତିକ ସିମ୍ କାର୍ଡ ପରି ଠିକ୍ କାମ କରେ। ଏହି ଇ-ସିମ୍‍ ଗୁଡିକ ରିଲାଏନ୍ସ ଜିଓ, ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ୍ ଭାରତରେ ନିଜର ସେବା ପ୍ରଦାନ କରୁଛନ୍ତି।
ଇ- ସିମ୍‍ ଦ୍ୱାରା ଆପଣ କ’ଣ ଲାଭ ପାଇପାରିବେ?
ଇ-ସିମ୍‍ ବ୍ୟବହାର ଦ୍ୱାରା ଆପଣ ଆପଣଙ୍କ ଆଇଫୋନର ଅପରେଟ୍‍ ବଦଳାଇବାକୁ ପଡ଼ିବନାହିଁ। ଏହା ଦ୍ୱାରା ଫୋନ୍‍ ଗରମ ହେବ ନାହିଁ। ପାଣିରେ ପଡ଼ିଲେ ଇ-ସିମ୍‍ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। କିଛି ସମୟ ପରେ ପୁଣି ଏହି ସିମ୍‍ ପୂର୍ବ ପରି କାମ କରିବ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories