www.samajalive.in
Friday, December 5, 2025
20.1 C
Bhubaneswar

ଏଣିକି ବିନା ସିମରେ ହେବେ କଥାବାର୍ତ୍ତା

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆସୁଛି ବିନା ସିମ୍‍ର ଆଇଫୋନ୍‍। ଆପଲ୍ ଏପରି ଏକ ଆଇଫୋନ୍ ଆଣିବାକୁ ଯାଉଛି। ଯେଉଁଥିରେ ସିମ୍ କାର୍ଡ ଭର୍ତ୍ତି କରିବା ପାଇଁ କୌଣସି ସ୍ଲଟ ରହିବ ନାହିଁ। ଅର୍ଥାତ୍‍ ଏହି ଫୋନ୍‍ ଇ-ସିମରେ ଚାଲିବ। ଆପଲ୍ ଆଇଫୋନ୍ ୧୫ ସିରିଜରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବାକୁ ଯାଉଛି । ଏହି ଆଇଫୋନ୍‍ ୨୦୨୩ରେ ଆସିବା। ଯାହାକି ପ୍ରଥମ ବିନା ସିମ୍‍ର ଆଇଫୋନ୍‍ ହେବ।

ଏହି ବିନା ସିମ୍‍ର ଆଇଫୋନରେ ୨ଟି ଇ-ସିମ୍ ବ୍ୟବହାର ହୋଇପାରିବ। ଇ-ସିମ୍ ସହିତ ଆପଲ୍ ଏହାର ଆଇଫୋନ୍ XR, ଆଇଫୋନ୍ XS ଏବଂ ଆଇଫୋନ୍ XS ମ୍ୟାକ୍ସ ଲଞ୍ଚ କରିଛି। ସୂଚନା ଅନୁସାରେ ଆପଲ୍ ଆଇଫୋନ୍ ୨୦୨୩ ପ୍ରୋ ମଡେଲରେ ସିମ୍ କାର୍ଡ ସ୍ଲଟ୍ ରହିବ ନାହିଁ। ଏହା ସଂଯୋଗ ପାଇଁ ଇ-ସିମ୍ ଟେକ୍ନୋଲୋଜି ଉପରେ ସମ୍ପୂର୍ଣ୍ଣ ଆଧାରିତ ହେବ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଆପଲ୍ ଦୀର୍ଘ ଦିନ ଧରି ଏହା ଉପରେ କାର୍ୟ୍ୟ କରିଆସୁଛି। ଇ-ସିମ୍ ସିରିଜର ଫୋନ୍ ଦୁନିଆର ଅନ୍ୟ ଦେଶରେ ବିକ୍ରି ହେବ ନାହିଁ। କାରଣ ବର୍ତ୍ତମାନ ଅନେକ ଦେଶରେ ଇ-ସିମ୍ ଟେକ୍ନୋଲୋଜି ବ୍ୟବହାର କରିବା ସହଜ ନୁହେଁ ବୋଲି ସଂସ୍ଥା କହିଛି।

- Advertisement -

ଆସନ୍ତୁ ଜାଣିବା ଏ ଇ-ସିମ୍‍ କ’ଣ?
ଟେଲିକମ୍ କମ୍ପାନୀ ଗୁଡ଼ିକ ଇ-ସିମ୍ ଓଭର-ଏୟାର୍ ସକ୍ରିୟ କରିଛନ୍ତି। ଇ-ସିମ୍ ହେଉଛି ମୋବାଇଲ୍ ଫୋନରେ ଇନଷ୍ଟଲ୍ ହୋଇଥିବା ଭର୍ଚୁଆଲ୍ ସିମ୍। ଏହା ଏକ ଭୌତିକ ସିମ୍ କାର୍ଡ ପରି ଠିକ୍ କାମ କରେ। ଏହି ଇ-ସିମ୍‍ ଗୁଡିକ ରିଲାଏନ୍ସ ଜିଓ, ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ୍ ଭାରତରେ ନିଜର ସେବା ପ୍ରଦାନ କରୁଛନ୍ତି।
ଇ- ସିମ୍‍ ଦ୍ୱାରା ଆପଣ କ’ଣ ଲାଭ ପାଇପାରିବେ?
ଇ-ସିମ୍‍ ବ୍ୟବହାର ଦ୍ୱାରା ଆପଣ ଆପଣଙ୍କ ଆଇଫୋନର ଅପରେଟ୍‍ ବଦଳାଇବାକୁ ପଡ଼ିବନାହିଁ। ଏହା ଦ୍ୱାରା ଫୋନ୍‍ ଗରମ ହେବ ନାହିଁ। ପାଣିରେ ପଡ଼ିଲେ ଇ-ସିମ୍‍ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। କିଛି ସମୟ ପରେ ପୁଣି ଏହି ସିମ୍‍ ପୂର୍ବ ପରି କାମ କରିବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories