www.samajalive.in
Monday, December 8, 2025
14.1 C
Bhubaneswar

୧୫ ସୁଦ୍ଧା ସରିବ ଇ-କେୱାଇସି

ଭୁବନେଶ୍ବର : ରେସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍‌ କରୁଛନ୍ତି। ଏହା ଚଳିତ ମାସ ୧୫ ତାରିଖ ସୁଦ୍ଧା ସରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଯେଉଁମାନେ ବୟସାଧିକ୍ୟ କାରଣରୁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି। ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି, ସେମାନଙ୍କ ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ସରକାରୀ ଅଧିକାରୀ ଯିବେ। ଏହିକ୍ରମରେ ନିକଟରେ ଗୋଆରେ ଥିବା କିଛି ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି ଏବଂ ୮୫ ପ୍ରତିଶତ ହିତାଧିକାରୀଙ୍କ ଇ-କେୱାଇସି ସରିଲାଣି। ଅବଶିଷ୍ଟଙ୍କର ୧୫ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ନିକଟରେ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଥିଲେ, ଇ-କେୱାଇସି ଅପଡେଟ୍‌ ଓ ଯାଞ୍ଚ କାଳରେ ପ୍ରତି ଜିଲାରୁ ଲକ୍ଷେରୁ ଅଧିକ ଭୂତ ହିତାଧିକାରୀ ବାହାରୁଛନ୍ତି। ଗତ ୨୪ ବର୍ଷ ସରକାରରେ ଭୂତ ହିତାଧିକାରୀ ସରକାରଙ୍କ ଆଖିରେ ଧୂଳି ପକାଇ ଚାଲିଥିଲେ। ବର୍ତ୍ତମାନ ପ୍ରାୟ ୪୦ ଲକ୍ଷ ଭୂତ ରେସନ କାର୍ଡ ହିତାଧିକାରୀ ବାହାରିଲେଣି। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଭୂତ ହିତାଧିକାରୀଙ୍କ ସଂଖ୍ୟା ଜାଣିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରେସନ କାର୍ଡରେ କେୱାଇସି ଅପଡେଟ କରାଯାଉଛି। କେୱାଇସି ଅପଡେଟ୍‌ରୁ ଏହି ଭୂତ ହିତାଧିକାରୀଙ୍କ ସଂଖ୍ୟା ଜଣାପଡିଛି ବୋଲି ମନ୍ତ୍ରୀ ପାତ୍ର କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories