www.samajalive.in
Friday, December 5, 2025
19.1 C
Bhubaneswar

ଡିସେମ୍ବର ୩୧ ଯାଏ ବଢ଼ିଲା ରେସନ କାର୍ଡ ଇ-କେୱାଇସି ଅବଧି

ଭୁବନେଶ୍ୱର : ଇ-କେୱାଇସି ସମ୍ପୂର୍ଣ୍ଣ କରିନଥିବା ରେସନ କାର୍ଡ ହିତାଧିକାରୀଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପିଡ଼ିଏସ ହିତାଧିକାରୀଙ୍କ ଇ-କେୱାଇସି ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ୨୦୨୫ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଇ-କେୱାଇସି କରି ନଥିବା ରାଜ୍ୟର ବିଭିନ୍ନ ଜିଲାର ୧୫ ଲକ୍ଷ ୫୭ ହଜାର ରେସନକାର୍ଡ ଧାରୀଙ୍କୁ ଆଉ ଦୁଇମାସ ଅତିରିକ୍ତ ଅବଧିର ଏକ ସୁଯୋଗ ମିଳିଛି।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ୧୧,୮୨୭ ଖାଉଟି ସୁଲଭ ମୂଲ୍ୟ ଦୋକାନ, ୩୧୪ ବ୍ଲକ୍‌ ଓ ୬୪ ପୌରାଞ୍ଚଳ କାର୍ଯ୍ୟାଳୟରେ ଥିବା ରେସନ କାର୍ଡ଼ ପରିଚାଳନା କେନ୍ଦ୍ରରେ ଇ-କେୱାଇସି କରାଯାଇପାରିବ। ଏପର୍ଯ୍ୟନ୍ତ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ହୋଇ ନ ଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ। ପ୍ରତି ମାସ ସେମାନଙ୍କୁ ମାଗଣା ଚାଉଳ ଦିଆଯାଉଛି। କିନ୍ତୁ ହିତାଧିକାରୀମାନେ ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରେସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଇ-କେୱାଇସି କରାଇ ନେବା ଜରୁରୀ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories