www.samajalive.in
Monday, November 17, 2025
17.1 C
Bhubaneswar

ଜାଣନ୍ତୁ ଆଜିର ଦିନ କେଉଁ ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଖୁସି ଆଣିବ

ମେଷ: ଶତ୍ରୁଘାତୀ ହୋଇପାରନ୍ତି। ପିତ୍ତାଧିକ ହୋଇପାରେ। ଲୋକପୂଜ୍ୟ ହେବେ। ବହୁ ଭେଦକ ହୋଇପାରନ୍ତି। ବିଚକ୍ଷଣ ହେବେ। ଅଳ୍ପ ବୁଦ୍ଧି ଓ ଲୋଭୀ ହେବେ। ପରସେବକ, ଚଞ୍ଚଳମନା ଓ ଧନଶାଳୀ ହେବେ।
ବୃଷ: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ଗରିବଙ୍କୁ ଦାନ କରିବାକୁ ଆପଣ ପସନ୍ଦ କରିବେ। କର୍ମଠ ହେବେ।
ମିଥୁନ: ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ପତ୍ନୀ ପ୍ରୀତି ଅମୃତମୟ ହୋଇପାରେ। ମୂଲ୍ୟବାନ୍‌ ବସ୍ତ୍ର ପରିଧାନ କରିପାରନ୍ତି। ଧନବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।
କର୍କଟ: ପାନୀୟ ଜଳ ପାଇଁ କୂପ ଖନନ ପ୍ରକ୍ରିୟାରେ ଭାଗ ନେଇପାରନ୍ତି। ଧନ ଲାଭ ହେବ। ଚାରା ରୋପଣାଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବିବାଦରେ ବିଜୟୀ ହେବେ।
ସିଂହ: ସ୍ବଧର୍ମକ୍ରିୟା ସମ୍ପାଦନ କରିବା ସହିତ ପରଧର୍ମକୁ ଆଦର କରିବେ। ତୀର୍ଥ ସେବାକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ଅଧିକ କ୍ଷମତା ହାସଲ କରିବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବିବାଦରେ ବିଜୟୀ ହେବେ।
କନ୍ୟା: ରୋଗ ପୀଡ଼ା ହେତୁ ଶରୀର କ୍ଷୀଣ ହୋଇପାରେ। ଚୋର ଭୟ ଅଛି। ସରକାରଙ୍କ ବକ୍ର ଦୃଷ୍ଟି ରହିଛି। ଚିତ୍ତ ଅସ୍ତିର ହୋଇପାରେ। ବନ୍ଧୁମାନେ କରଛଡ଼ା ଦେଇପାରନ୍ତି। ଶୁଭକାର୍ଯ୍ୟ ବର୍ଜନୀୟ। ବ୍ୟୟ ଅଧିକ ହେବ।
ତୁଳା: ପତ୍ନୀ ଗୁଣବତୀ ହୋଇପାରନ୍ତି। ବିବିଧ ଗୁଣଯୁକ୍ତା ହେବେ। ପଦାର୍ଥ ପ୍ରିୟ ହୋଇପାରନ୍ତି। ଧର୍ମଯୁକ୍ତା ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ପୁତ୍ରାଦି ସମ୍ମାନ ସମ୍ପ୍ରତି ପାଇ ମନସ୍କାମନା ପୂରଣ କରିପାରନ୍ତି।
ବିଛା: ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସଙ୍ଗୀତପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ।
ଧନୁ: ଲକ୍ଷ୍ୟ ହାସଲ ପାଇଁ ନାନା ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଦାନ ସୂତ୍ରରେ ଧନ ଅର୍ଜନ କରି ଅଭାବ ମେଣ୍ଟାଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର: ଜଳାଶୟ ଖନନ କରି ଗ୍ରାମ୍ୟ ଗୃହ ପାଳିତ ଓ ବନ୍ୟଜନ୍ତୁଙ୍କ ତୃଷା ମେଣ୍ଟାଇବା ଭଳି ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପିତୃସେବା କରି ଜୀବନକୁ ଧନ୍ୟ କରିପାରନ୍ତି। ବୁଦ୍ଧିମାନ୍‌ ହେବେ।
କୁମ୍ଭ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ପାଇବେ।
ମୀନ : ବହୁ ଉପାୟ ଅବଲମ୍ବନ କରି ଧନ ଅର୍ଜନ କରିପାରନ୍ତି। ନିଜ ଅର୍ଜିତ ବିଦ୍ୟାର ପ୍ରୟୋଗ କରି ଲୋକଲୋଚନକୁ ଆସିପାରନ୍ତି। ପିତାମାତାଙ୍କ ଆଶୀର୍ବାଦରୁ ଧନ ଲାଭ କରିପାରନ୍ତି। ବାଣିଜ୍ୟରୁ ଲାଭବାନ୍‌ ହେବେ।

Hot this week

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

Related Articles

Popular Categories