www.samajalive.in
Monday, December 15, 2025
24.1 C
Bhubaneswar

କରୋନା ମୁକାବିଲା ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କୁ ୩ ଟି ପ୍ରସ୍ତାବ ଦେଲେ ନବୀନ

ସମାଜ ପୋର୍ଟାଲ ଡେସ୍କ : କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ  ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଏହାରି ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ କେତେକ ରାଜ୍ୟ ଲକ୍ ଡାଉନ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଦେଇଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ୩ ଟି ପ୍ରସ୍ତାବ ଉପରେ ଗୁରୁତ୍ଵଦେବାକୁ ପ୍ରସ୍ତାବ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ନବୀନ ଦେଇଥିବା ପ୍ରସ୍ତାବ ମଧ୍ୟରେ କରୋନା ପାଇଁ ନମୁନା ପରୀକ୍ଷଣ ପାଇଁ କେନ୍ଦ୍ର ବଢାଇବା ଓ ବିଭିନ୍ନ ରାଜ୍ୟରେ ଫଶିରହିଥିବା ଶ୍ରମିକମାନଙ୍କୁ ସେହି ରାଜ୍ୟ ସରକାର ଯତ୍ନ ନେବା ପାଇଁ ଦାବି କରିଛନ୍ତି । ଏଥି ସହିତ ବିଭିନ୍ନ ରାଜ୍ୟରେ ଫଶିରହିଥିବା ଛାତ୍ର, ଶ୍ରମିକ ଓ ତୀର୍ଥଯାତ୍ରୀଙ୍କ ସହଜ ଫେରିବା ଲାଗି କେନ୍ଦ୍ର ସରକାର ଏସଓପି ଦାବି କରିଛନ୍ତି। ଏଥିଲାଗି ଜାତୀୟସ୍ତରରେ ଏକ ଏସଓପି କରିବାକୁ ଦାବି କରିଛନ୍ତି ନବୀନ । ଏସଓପି ଲାଗୁହେଲେ ମେ ୩ ତାରିଖ ପରେ ଲକଡାଉନ୍ ଖୋଲିଲା ପରେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଅଣାଯିବାରେ ଅସୁବିଧା ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

- Advertisement -

 

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories