www.samajalive.in
Tuesday, November 18, 2025
16.1 C
Bhubaneswar

ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ; କରୋନା ଭୂତାଣୁରେ ମୃତ୍ୟୁ ଘଟିଲେ ୧୫ ଲକ୍ଷ

ଭୁବନେଶ୍ବର : ସାମ୍ବାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି  ରାଜ୍ୟ ସରକାର । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ ପାଇଁ କରୋନା ପ୍ୟାକେଜ ଘୋଷଣା କରିଛନ୍ତି । କରୋନା ମହାମାରୀ ସମୟରେ ନିଷ୍ଠାର ସହ କାମ କରୁଥିବା ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ଘଟିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ମିଳିବ । ଏହା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କରୋନା ମହାମାରୀ ସହ ଲଢେଇ ସମୟରେ କାର୍ଯ୍ୟରତଥିବା ସାମ୍ବାଦିିକ କରୋନା ସଂକ୍ରମିତ ହୋଇ ମୃତ୍ୟୁ ବରଣ କଲେ ଏହି ସହାୟତା ମିଳିବ ବୋଲି ଜଣାପଡିଛି ।

ଗୋଟିଏପଟେ ଏହି ଯୁଦ୍ଧରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ପ୍ରତ୍ୟକ୍ଷ ଯୋଦ୍ଧା ଭାବେ ଲଢୁ ଥିବା ବେଳେ କରୋନାକୁ କିପରି ହରାଯାଇପାରିବ ସେ ନେଇ ସାମ୍ବାଦିକମାନେ ସରକାରଙ୍କ କଥାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ସଠିକ ଖବର ଦେଇ ସୁସ୍ଥ ସମାଜ ଗଠନ ପ୍ରସ୍ତୁତ କରିବାରେ ସାମ୍ବାଦିକମାନେ ଦିନରାତି ପରିଶ୍ରମ କରୁଛନ୍ତି। ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ସାମ୍ବାଦିକମାନେ କରୋନା ସମୟରେ ସମସ୍ୟାରେଥିବା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା କଥାକୁ ଦେଖାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। କରୋନା ମହାମରୀ ସମୟରେ କେଉଁ କଥା ଗୁଜବ ଓ କ’ଣ ସଠିକ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାରେ ସାମ୍ବାଦିକମାନେ ଏକ ଗୁରୁଦାଇତ୍ବ ତୁଲାଇବା ସହ ଏଭଳି କଠିନ ପରିସ୍ଥିତିରେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ଏହାପୂର୍ବରୁ ସ୍ବାସ୍ଥ୍ୟକର୍ମୀମାନଙ୍କ  ପାଇଁ ପ୍ୟାକେଜ ଘୋଷଣା କରାଯାଇଥିଲା । ବର୍ତ୍ତମାନ ସାମ୍ବାଦିକଙ୍କ ପାଇଁ ଏହି ଅନୁକମ୍ପାମୂଳକ ସହାୟତା ଘୋଷଣା ପରେ ଏହାକୁ ସବୁ ମହଲରୁ ସ୍ବାଗତ କରାଯାଇଛି ।

- Advertisement -

 

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories