www.samajalive.in
Monday, December 15, 2025
24.1 C
Bhubaneswar

ବଡ଼ସାହିରେ ଚାଲିଛି ଆନନ୍ଦ ଉଲ୍ଲାସରେ ଦୁର୍ଗାପୂଜା

ବଡ଼ସାହି : ଅନୁକୂଳ ପାଗ ପାଇଁ ଚଳିତ ଥର ବଡ଼ସାହି ବ୍ଲକରେ ଦୁର୍ଗାପୂଜା ଆନନ୍ଦ ଉଲ୍ଲାସରେ ଆରମ୍ଭ ହୋଇଛି । ପୀଠ ପୂଜା ଓ ମଣ୍ଡପ ପୂଜାରେ କେତେକ ସ୍ଥାନରେ କାର୍ଯ୍ୟସୂଚୀ ନିୟମାନୁଯାୟୀ ଫରକ ଥିବା ବେଳେ ପ୍ରାୟତଃ ପୀଠ ମାନଙ୍କରେ ଆଜି ମହାଷ୍ଟମୀ ପୂଜା ଆରମ୍ଭ ହୋଇସାରିଛି। ମଣ୍ଡପ ମାନଙ୍କରେ ଶୁକ୍ରବାର ବିଲ୍ୱବରଣ ଓ ଆମନ୍ତ୍ରଣାଧିବାସ ତଥା ତପଃ ଷଷ୍ଠୀରୁ ପୂଜାରମ୍ଭ ହୋଇ ଆଜି ସପ୍ତମୀ ପୂଜା ପରେ ରବିବାର ମହାଷ୍ଟମୀ, ସୋମବାର ମହାନବମୀ ଓ ମଙ୍ଗଳବାର ବିଜୟା ଦଶମୀ ବା ଦଶହରା ପାଳନ ହେବ। ବ୍ଲକରେ ମୋଟ ୨୪ଟି ସ୍ଥାନରେ ମା’ ଦୁର୍ଗାଙ୍କର ପୂଜା ହେଉଅଛି। ତାଳପଦା ଗ୍ରାମର ପୂଜା ଏଥର ୭୫ତମ ବା ପ୍ଲାଟିନମ ଜୁବଲି ପାଳନ କରୁଛି। ଏଥି ପାଇଁ ଆକର୍ଷଣୀୟ ସାଜସଜା ସାଙ୍ଗକୁ ବିଭିନ୍ନ ଆୟୋଜନ କରାଯାଇଛି। ସେହିପରି ବଡ଼ସାହିରେ ୭୩ ବର୍ଷରେ ପୂଜା ପଦାର୍ପଣ କରୁଥିବା ବେଳେ ବ୍ଲକର ମାଣତ୍ରୀ, ଦେଉଳିଆ, ସିଂହଟିଆ, ବାଘୁଆପାଳ, ତେନ୍ତୁଳିଗାଁ, ମିରିଗିଦାରୀ, ଶାଳଗାଁ, ରତନପୁର, ଭୀମିଦା ଓ ଦୁର୍ଗାପୁର ଆଦି ସ୍ଥାନରେ ଗୋଟିଏ ଲେଖାଏଁ ମେଢ଼ ବା ମଣ୍ଡପରେ ସାର୍ବଜନୀନ ପୂଜା ହେଉଛି। ପ୍ରତାପପୁର ଓ ସାନକେରକରେ ଦୁଇଟି ସ୍ଥାନରେ ପୂଜା ହେଉଛି। ସାନକେରକୋ ଠାରେ ଗୋଟିଏ ସ୍ଥାନରେ ହରପାର୍ବତୀଙ୍କ ପୂଜା ହେଉଛି। ଅନ୍ୟପକ୍ଷରେ କଉଡ଼ିଖଣିଠାରେ ଓ ଛେଳିଆଠାରେ ଥିବା ମା’ ହିଙ୍ଗୁଳାଙ୍କ ପୃଥକ ପୀଠ, ବଦଳି ଗାଁ ଚଣ୍ଡି ମନ୍ଦିର, ମାଣତ୍ରୀ ଗଡ଼ଚଣ୍ଡୀଙ୍କ ପୀଠ, ମାନଗୋବିନ୍ଦପୁର ଚଣ୍ଡିମନ୍ଦିର, କାନପୁରା ଚଣ୍ଡି ମନ୍ଦିର ଓ କଖାରୁଆ ବୈଦ୍ୟନାଥ ମନ୍ଦିରରେ ଦୁର୍ଗାଙ୍କ ଠାରେ ‘ପୀଠ’ ପୂଜା ହେଉଛି। ସେହପରି ପାରମ୍ପାରିକ ରାବଣପୋଡ଼ି ଉତ୍ସବ ବଡ଼ସାହି, ସିଂହଟିଆ, ତାଳପଦା, ମାଣତ୍ରୀ, ଦେଉଳିଆ, ଶାଳଗାଁ, ଦୁର୍ଗାପୁର ଓ ତେନ୍ତୁଳିଗାଁରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମେଳା ଅନୁଷ୍ଠିତ ହେଉଛି। ଏଥର ତାଳପଦାରେ ଶକ୍ତି ମିଶ୍ର ଓ ସାଥି ମେଲୋଡ଼ି ପରିବେଷଣ ସହିତ ବିଶ୍ୱଦରବାର ଗଣନାଟ୍ୟ ନାଟକ ପରିବେଷଣ କରିବାକୁ ଥିବା ବେଳେ ବଡ଼ସାହିରେ ମାୟାନଗରୀ ଓ ଟାର୍ଜନ ଗଣନାଟ୍ୟ, ପ୍ରତାପପୁରରେ ତାରପୁର ଓ ବାଘାଯତୀନ ଗଣନାଟ୍ୟ ଓ ମାଣତ୍ରୀରେ ଅପେରା ଖୁସି ନାଟକ ପରିବେଷଣ କରିବ ବୋଲି ପ୍ରଚାର ଜୋର ଧରିଲାଣି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories