ରାୟଗଡା : ପୋଖରୀରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାୟଗଡା ଜିଲା ମାଟିକଣା ଗ୍ରାମର ପୋଖରୀରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ୨ଜଣ ଶିଶୁ ସେମାବାର ସନ୍ଧ୍ୟାରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ସେମାନଙ୍କ ମୃତଦେହ ମଙ୍ଗଳବାର ସକାଳେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିଲେ। ମୃତ ଶିଶୁ ଦ୍ବୟ ହେଲେ ସୁନୀଲ ହିମିରିକା ଓ ଆଲେଖ ହିମିରିକା। ଉଭୟଙ୍କ ବୟସ ୭ବର୍ଷ ହେବ ବୋଲି ଜଣାପଡିଛି।
Popular Categories



