ପଶୁପକ୍ଷୀଙ୍କ ପାଇଁ ପାଣିକୁଣ୍ଡ ବ୍ୟବସ୍ଥା

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଉଥିବା ବେଳେ, ଏଥି ପାଇଁ ସାଧାରଣ ମଣିଷ ସହିତ ପଶୁପକ୍ଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ବୁଲା ଗାଈଗୋରୁ, ପଶୁ, ପକ୍ଷୀ ମାନଙ୍କ ପାଇଁ ଯୁବ ସମାଜସେବୀ ରାମଦାସ ପଣ୍ଡାଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ପାଣି କୁଣ୍ଡ ଗୁଡିକର ବ୍ୟବସ୍ଥା କରାଯାଇଛି । ଅଇଁଠାପାଲି ଛକରୁ ଲକ୍ଷ୍ମୀ ଟକିଜ ଛକ ପର୍ଯ୍ୟନ୍ତ ୧୦ଟି ପ୍ରମୁଖ ସ୍ଥାନରେ ସିମେଣ୍ଟ କଂକ୍ରିଟ ନିର୍ମିତ ପାଣି କୁଣ୍ଡ ରଖାଯାଇଛି । କୁଣ୍ଡ ରଖା ଯାଇଥିବା ସ୍ଥାନର ନିକଟସ୍ଥ ଘର କିମ୍ବା ଦୋକାନ ଗୁଡିକୁ ପଶୁ ପକ୍ଷୀ ମାନଙ୍କ ପାଇଁ ପ୍ରତି ଦିନ ସେଠାରେ ପାଣି ଭର୍ତ୍ତି କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ଏହି ମାନବୀୟ ସେବା ପାଇଁ ୨୦ଟି ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଥିବା ବେଳେ ଗୁରୁବାର ସହରର ବିଭିନ୍ନ ସ୍ଥାନ ସମେତ ବୁର୍ଲା ଓ ହୀରାକୁଦ ଠାରେ ମଧ୍ୟ ପାଣି କୁଣ୍ଡର ବ୍ୟବସ୍ଥା କରାଯିବ ବୋଲି ସମାଜସେବୀ ରାମଦାସ ପଣ୍ଡା କହିଛନ୍ତି । ଏଥି ସହ ଏହି କୁଣ୍ଡ ଗୁଡିକରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପାଣି ଭର୍ତ୍ତି କରିବା ପାଇଁ ଅନୁରୋଧ କରାଯାଇଛି । ଏହି ମହତ କାର୍ଯ୍ୟରେ ସୌରୀ ପାଣିଗ୍ରାହୀ, ଶିବ ମଲ୍ଲିକ ଓ ଲକି ସାହୁ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ।

kalyan agarbati

Comments are closed.