ପାନୀୟ ଜଳ ଯୋଗାଣ ଅଭିଯୋଗ – ସରକାର ଜାରି କଲେ ଟ୍ୱିଟର ହ୍ୟାଣ୍ଡେଲ

ଡେସ୍କ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ପାଉଥିବାରୁ, ଅନେକ ଅଂଚଳରେ ପାନୀୟ ଜଳ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ଯେଭଳି ପାନୀୟ ଜଳ ଯୋଗାଣ ସମସ୍ୟାର ତୁରନ୍ତ ସମାଧାନ ପାଇପାରିବେ, ସେ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦେୟ ମୁକ୍ତ ନମ୍ବର ୧୯୧୬ ଜାରି କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଉପଭୋକ୍ତା ମାନେ ଅଭିଯୋଗ ଦାଖଲ ପରେ ସେମାନଙ୍କ ସମସ୍ୟାର ସମାଧାନ କରାଯିବ।

୪ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ସେହିପରି ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ମଧ୍ୟ ସାମାଜିକ ଗଣମାଧ୍ୟମ ଟ୍ୱିଟର ଜରିଆରେ ଦାଖଲ କରାଯାଇପାରିବ। ଏଥିରେ ଉପଭୋକ୍ତାଙ୍କୁ ଅଭିଯୋଗକୁ ନିଜ ଅଂଚଳର ପାନୀୟ ଜଳ ଯୋଗାଣ ବିଭାଗକୁ ଟ୍ୟାଗ କରିବାକୁ ପଡିବ। ଏହା ଦ୍ୱାରା ସମସ୍ୟାର ତ୍ୱରିତ ସମାଧାନ ହୋଇପାରିବ।

୨୦ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ

ସେହି ଟ୍ୱିଟର ହ୍ୟାଣ୍ଡେଲ ଗୁଡିକ ହେଉଛି –
୧. ଆନନ୍ଦପୁର: @RWSS_Anandapur
୨. ଅନୁଗୁଳ: @RWSS_Angul
୩. ଆଠଗଡ଼: @RWSS_athagarh
୪. ବଲାଙ୍ଗୀର: @RWSS_Balangir
୫. ବାଲେଶ୍ୱର: @RWSS_Balasore
୬. ବରଗଡ଼: @RWSS_Bargarh
୭. ବାରିପଦା: @RWSS_Baripada
୮. ବ୍ରହ୍ମପୁର: @rwss_berhampur
୯. ଭଦ୍ରକ: @RWSS_BHADRAK
୧୦. ଭଞ୍ଜନଗର: @RWSS_Bhanjanagr
୧୧. ଭୁବନେଶ୍ୱର: @RWSS_Bbsr
୧୨. ବୌଦ୍ଧ: @RWSS_BOUDH
୧୩. କଟକ: @RWSS_CUTTACK
୧୪. ଦେଓଗଡ଼: @Rwss_Deogarh
୧୫. ଢେଙ୍କାନାଳ: @RWSS_Dhenkanal
୧୬. ଗଜପତି: @RWSS_Gajapati
୧୭. ଜଗତସିଂହପୁର: @rwss_jspur
୧୮. ଯାଜପୁର: @RWSS_JAJPUR
୧୯. ଝାରସୁଗୁଡା: @RWSS_Jharsuguda
୨୦. କଳାହାଣ୍ଡି: @RWSS_Kalahandi
୨୧. କେନ୍ଦ୍ରାପଡ଼ା: @RWSS_kendrapara
୨୨. କେନ୍ଦୁଝର: @RWSS_Keonjhar
୨୩. କୋରାପୁଟ: @RWSS_Koraput
୨୪. ମାଲକାନଗିରି: @RWSS_MIkg
୨୫. ନବରଙ୍ଗପୁର: @Rwss_NGP
୨୬. ନୟାଗଡ଼: @RWSS_Nayagarh
୨୭. ନୂଆପଡା: @RWSS_Nuapada
୨୮. ଫୁଲବାଣୀ: @RWSS_Phulbani
୨୯. ପୁରୀ: @RWSS_Puri
୩୦. ରାଇରଙ୍ଗପୁର: @RWSS_Rairangpur
୩୧. ରାୟଗଡା: @RWSS_rayagada
୩୨. ରାଉରକେଲା: @RWSS_ROURKELA
୩୩. ସମ୍ବଲପୁର: @RWSS_SAMBALPUR
୩୪. ସୋନପୁର: @RWSS_SONEPUR
୩୫. ସୁନ୍ଦରଗଡ଼: @RWSS_SUNDARGARH

Comments are closed.