www.samajalive.in
Wednesday, December 10, 2025
23.1 C
Bhubaneswar

ବ୍ଲାକରୋଜ୍‍ ବୁଡ଼ିର ଫିଟୁନି ରହସ୍ୟ: ଜାହାଜରେ ଭର୍ତ୍ତି ହୋଇଥିବା ଲୁହାପଥର ଏବେ ବି କଢାଯାଇନି

ପାରାଦୀପ: ପାରାଦୀପ ଉପକୁଳରେ ବ୍ଲାକରୋଜ ଜାହାଜ ବୁଡ଼ି ମାମଲାରେ ଗୁରୁବାର ହାଇକୋର୍ଟରେ ହାଜର ହୋଇଛି ଜାହାଜ ଚଳାଚଳ ମନ୍ତ୍ରାଳୟ। ଏହି ମାମଲାର ଶୁଣାଣି ଆସନ୍ତା ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ପାରାଦ୍ୱୀପ ବନ୍ଦରଠାରୁ ଅନତି ଦୂର ସମୁଦ୍ରରେ ବହୁ ଚର୍ଚ୍ଚିତ ମଙ୍ଗୋଲିଆ ମାଲପରିବହନକାରୀ ଜାହାଜ ବ୍ଳାକ୍‍ରୋଜ ବୁଡ଼ି ଘଟଣାର ଗୁମର ଫିଟିନାହିଁ। ଜାହାଜ ବୁଡ଼ି ପଛରେ ଥିବା ରହସ୍ୟ ଓ ଜାହାଜକୁ ନେଇ ବିଭିନ୍ନ ଅସମାହିତ ପ୍ରଶ୍ନର ଉତ୍ତର ଏବେ ବି ମିଳିନି। ହାଇକୋର୍ଟରେ ଏହାର ବିଚାର ଚାଲିଥିବାବେଳେ ମାମଲାର ଶୁଣାଣି ଆସନ୍ତା ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମାମଲାର ଶୁଣାଣି ପ୍ରକାଶ ପାଇବା ପରେ ବ୍ଲାକରୋଜ ଜାହାଜ ବୁଡ଼ିର ରହସ୍ୟ ଉପରୁ ପରଦା ଉଠିବା ଆଶା କରାଯାଉଛି ।

୦୯/୦୯/୨୦୦୯ ଏଭଳି ତିନିଟି ୯ର ସମାହାରକୁ ନେଇ ଆସିଥିବା ଏହି ଦିନଟି ପାରାଦ୍ୱୀପ ବନ୍ଦର ପାଇଁ ଥିଲା ଏକ କଳାଦିନ। ଏହି ଦିନରେ ହିଁ ବୁଡ଼ି ଯାଇଥିଲା ବ୍ଲାକରୋଜ। ଜାହାଜ ବୁଡ଼ି ସହ ଏହାର ନାବିକ ତଥା ୟୁକ୍ରେନ୍‍ ନାଗରିକ ଆଲେକଜାଣ୍ଡାରଙ୍କର ମଧ୍ୟ ଘଟିଥିଲା ସଲିଳ ସମାଧି। ପରେ ଜାହାଜରୁ ତେଲ ନିର୍ଗତ ହୋଇ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଥିବାରୁ ଜାହାଜରୁ ତେଲ କାଢିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ଖର୍ଚ୍ଚ କରିଥିଲେ ୧୮ କୋଟି ଟଙ୍କା। ଜାହାଜରେ ଭର୍ତ୍ତି ହୋଇଥିବା ଲୁହାପଥର ଏବେ ବି କଢାଯାଇନି। ପାରାଦ୍ୱୀପ ବାଲିଯାତ୍ରା ପଡିଆରେ ଛିଡା ହୋଇ ସମୁଦ୍ରକୁ ଦେଖିଲେ ଜାହାଜର ଉପର ଭାଗ ଆଜି ବି ଦେଖାଯାଉଛି।
ଜାହାଜ ପଛରେ ଅନେକ କଳା କାରନାମା ଲୁଚି ରହିଥିବା ଅଭିଯୋଗ ହୋଇଆସୁଛି। ଜାହାଜଟିର କାଗଜପତ୍ର ଜାଲ୍‍ ଥିଲା। ବୀମା ବି ନକଲି ଥିଲା। ନକଲି କାଗଜପତ୍ରରେ ଜାହାଜଟି ଭାରତର ସମୁଦ୍ରକୁ ଥରେ ନୁହେଁ ଏକାଧିକ ବାର କୁଆଡେ ପ୍ରବେଶ କରି ଚୋରାରେ କୁଆଡେ ପର୍ଯ୍ୟାପ୍ତ ଲୁହାପଥର ବିଦେଶକୁ ବୋହି ନେଇଥିବା ଅଭିଯୋଗ ହୋଇଥିଲା। ଏମିତି କାରବାର ଭିତରେ କିଛି ନେତା ଓ ସଂସ୍ଥାକୁ କୋଟିପତି କରିଦେଇଥିଲା। ହେଲେ ଦୁର୍ଘଟଣା ପରେ ହିଁ ବ୍ଲାକ୍‌ରୋଜ୍‌ର ଚର୍ଚ୍ଚିତ କାହାଣୀ ପଦାକୁ ଆସି ସାଧାରଣରେ ସୃଷ୍ଟି କରିଥିଲା ଏକାଧିକ ପ୍ରଶ୍ନ। ରାଜନୀତି ଲାଗି ଯୋଗାଇଥିଲା ଗୁରୁତ୍ବପୂର୍ଣ୍ଣ ତଥା ସ୍ପର୍ଶକାତର ପ୍ରସଙ୍ଗ। ଜାହାଜରେ କ୍ଷମତା ତଥା ଅନୁମତିଠାରୁ ଅଧିକ ପରିମାଣର ଓଦା ଲୁହାପଥର ବୋଝେଇ ହେବାରୁ ଜାହାଜଟି ଗୋଟିଏ ପଟକୁ ଢଳିବାରୁ ବୁଡ଼ିଗଲା ବୋଲି କୁହାଯାଉଛି। ଜାହାଜ ବୁଡ଼ି ପରେ ମାଲିକ ସି.କକ୍‍ଙ୍କୁ ଗିରଫ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବା ଚର୍ଚ୍ଚା ହୋଇଥିଲା। ହେଲେ ଜାହାଜର ମାଲିକଙ୍କୁ ଧରିବା ତ ଦୂରର କଥା, ଏଯାଏ ଠାବ ମଧ୍ୟ କରାଯାଇପାରିନି। ଜାଲ୍‍ କାଗଜପତ୍ରରେ କୋଟିକୋଟି ଟଙ୍କା ଲୁଟ୍‍ କରିଥିବା ଏହି ଜାହାଜର ମାଲିକ ଏବଂ ଜାହାଜ ସହ ସଂପୃକ୍ତ ବ୍ୟବସାୟୀ ଓ ଚୋରାବେପାରୀ ଆଜି ବି ଅନାୟାସରେ ବୁଲୁଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories