www.samajalive.in
Wednesday, December 10, 2025
16.1 C
Bhubaneswar

ଦୁଇଟି ଶ୍ରେଣୀ ଗୃହରେ ୧୦ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ ଥିବା ଉନ୍ନୀତ ସରକାରୀ ବିଦ୍ୟାଳୟରେ ଦୁଇଟି ଶ୍ରେଣୀ ଗୃହରେ ୧୦ଟି ଶ୍ରେଣୀର ଛାତ୍ରଛାତ୍ରୀ ବସି ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟ ୧୯୫୭ ମସିହାରେ ସ୍ଥାପିତ ହୋଇଥିଲା । ଏହି ବିଦ୍ୟାଳୟ ପ୍ରଥମେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଥିଲା । ଶିକ୍ଷା ବିଭାଗ ପକ୍ଷରୁ ଆସ୍ତେ ଆସ୍ତେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଗଲାଣି । ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ମୋଟ ୫ଟି କୋଠରୀ ରହିଛି । ସେଥିରୁ ଗୋଟିଏ ଅଫିସ କାର୍ଯ୍ୟାଳୟ, ଗୋଟିଏ ବିଜ୍ଞାନଗାର, ଗୋଟିଏ ଇ-ଲାଇବ୍ରେରୀ କୋଠରୀ କରାଯାଇଛି । ବଳକା ଦୁଇଟି ଶ୍ରେଣୀ କକ୍ଷରେ ୧୦ଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ବସି କିଭଳି ପାଠ ପଢିପାରୁଥିବେ ଏଥିରୁ ଜଣାପଡୁଛି । ଗୋଟିଏ କଳାପଟାରେ ୪ଜଣ ଶିକ୍ଷକ ଲେଖି ପିଲାଙ୍କୁ ଶିକ୍ଷାଦାନ ଦେଉଛନ୍ତି । କେଉଁ ଶ୍ରେଣୀର ପିଲା କାହାର ପାଠ ପଢିବେ । କାହାର ପାଠ ଶୁଣିବେ। ପ୍ରଥମ ପିଲାମାନଙ୍କ ପାଠପଢା ବର୍ତ୍ତମାନ ଆରମ୍ଭ ହୋଇନାହିଁ । ଦ୍ୱିତୀୟ ଓ ତୃତୀୟ ଶେଣୀର ୧୩ଜଣ ଲେଖାଏଁ, ଚତୁର୍ଥ ୧୮, ପଞ୍ଚମରେ ୧୪ ଓ ଷଷ୍ଠରେ ୮ ଜଣ ଛାତ୍ରଛାତ୍ରୀ ଗୋଟିଏ କୋଠରୀରେ ଅନ୍ୟ କୋଠରୀରେ ସପ୍ତମରେ ୧୭, ଅଷ୍ଟମରେ ୧୬, ନବମରେ ୧୫ ଓ ଦଶମରେ ୨୩ ଜଣ ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି । ୧୦ଟି ଶ୍ରେଣୀରେ ମୋଟ ୧୩୭ ଜଣ ଛାତ୍ରଛାତ୍ରୀ ଅଧ୍ୟାୟନ କରୁଥିବା ବେଳେ ୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ୩ଜଣ ପ୍ରାଥମିକ ଶିକ୍ଷକ ଓ ୫ଜଣ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ବର୍ତ୍ତମାନ କ୍ରୀଡା ଓ ଗଣିତ ଶିକ୍ଷକ ପଦବୀ ଖାଲି ରହିଛି । ଏହି ବିଷୟ ନେଇ ବିଦ୍ୟାଳୟ ସଭାପତି ସରପଞ୍ଚ, ବିଡ଼ିଓ, ତହସିଲଦାର, ଗୋଷ୍ଠି ଶିକ୍ଷାଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ସଫଳତା ମିଳିନଥିବା କହିଛନ୍ତି । ଏହାକୁ ତୁରନ୍ତ ପୂରଣ କରିବା ସହିତ ନୂତନ ବିଦ୍ୟାଳୟ ନିର୍ମାଣ କିମ୍ବା ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଯଦି ନୂତନ ବିଦ୍ୟାଳୟ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ପୁରୁଣା ବିଦ୍ୟାଳୟକୁ ତାଲା ପକାଇ ଦେବୁ ବୋଲି ବିଦ୍ୟାଳୟ ସଭାପତି ବଳରାମ କୌଶଲ୍ୟା କହିଛନ୍ତି । ଏ ବିଷୟରେ ଗୋଷ୍ଠି ଶିକ୍ଷା ଅଧିକାରୀ ଆଲୋକ ପଦାନଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟାଳୟ ସମସ୍ୟା ବିଷୟରେ ସରକାରଙ୍କୁ ଚିଠି ଦିଆଯାଇଛି । ତଦନ୍ତ କରିବା ପରେ ଏହାର କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories