www.samajalive.in
Wednesday, December 10, 2025
16.1 C
Bhubaneswar

ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ ମହାନଦୀ, ବୁଡ଼ିଗଲା ହୁଲି ଡଙ୍ଗା

ବାଙ୍କୀ: ବାଙ୍କୀ ବ୍ଲକ ସହଗାଁ ଗୋପାଳପୁର ନିଟକ ମହାନଦୀରେ ହୁଲି ଡଙ୍ଗା ବୁଡ଼ି ଯିବାରୁ ଜଣେ ନିଖୋଜ ହୋଇଛନ୍ତି। ୪ଜଣ ସାଙ୍ଗ ହୁଲି ଡଙ୍ଗାରେ ମହାନଦୀ ବୁଲିବାକୁ ଯାଇଥିବାବେଳେ ଜଣେ ପାଣିକୁ ଖସି ପଡ଼ିଥିଲେ। ବୁଡ଼ିଥିବା ସାଙ୍ଗଙ୍କୁ ଅନ୍ୟସାଙ୍ଗମାନେ ଉଦ୍ଧାର କରୁଥିବାବେଳେ ବୁଡ଼ିଗଲା ହୁଲି ଡଙ୍ଗା। ୩ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବାବେଳେ ଜଣଙ୍କର ଏଯାଏଁ ପତ୍ତା ମିଳିନାହିଁ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମବାହିନୀର ଖୋଜାଖୋଜି ଜାରି ରହିଛି।

ମଳିଥିବା ସୂଚନା ଅନୁଯାୟୀ କଟକ ବାଙ୍କୀ ଥାନା ସହଗାଁ ଗୋପାଳପୁର ଗାଁ ନିକଟରେ ଏକ ହୁଲି ଡଙ୍ଗା ବୁଡ଼ି ଯିବାରୁ ଜଣେ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକ ଜଣଙ୍କ ଢେଙ୍କାନାଳ ଜିଲା ସପ୍ତଶଯ୍ୟା ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଗୋପାଳପୁର ସ୍ଥିତ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଆଜି ସେ କିଛି ସାଙ୍ଗଙ୍କ ସହିତ ହୁଲି ଡଙ୍ଗାରେ ମହାନଦୀ ବୁଲିବାକୁ ଯାଇଥିଲେ। ତେବେ କୌଣସି କାରଣରୁ ସେ ଡଙ୍ଗାରୁ ଖସିପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ବେଳେ ହୁଲି ଡଙ୍ଗାଟି ବୁଡ଼ି ଯାଇଥିଲା। ଅନ୍ୟସାଙ୍ଗମାନଙ୍କୁ ପାଣିରୁ ଉଦ୍ଧାର କରାଯାଇଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇପାରିନଥିଲା ଓ ସେ ନିଖୋଜ ହୋଇଯାଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଛି।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories