www.samajalive.in
Wednesday, December 10, 2025
16.1 C
Bhubaneswar

ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍‌‌

କେନ୍ଦୁଝରଗଡ଼: ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଫାଷ୍ଟଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ୍‌‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଗାଁ ଥାନା ଅଞ୍ଚଳର ଜନୈକା ୫ବର୍ଷର ନାବାଳିକା ବାପା ମାଆ ଘରେ ନଥିବାବେଳେ ୯ ଅପ୍ରେଲ ୨୦୨୩ରେ ସାଙ୍ଗ ମାନଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ମଧ୍ୟାହ୍ନ ୧୨ଟାରେ କମ୍ପାନୀ ପଦୁରିଆ(୫୩) ନାବାଳିକା ଜଣକୁ ଜୋର ଜବରଦସ୍ତ ଉଠାଇନେଇ ପାଟିରେ ହାତ ଚାପି ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ବାପା ମାଆ ନିକଟସ୍ଥ ଜଙ୍ଗଲକୁ ମହୁଲ ସଂଗ୍ରହ ପାଇଁ ଯାଇ ଫେରିବା ପରେ ଝିଅ ଘରେ କାନ୍ଦୁଥିବା ଏବଂ ରକ୍ତାକ୍ତ ଦେଖି ପଚାରିବାରୁ ତାକୁ କମ୍ପାନୀ ପଦୁରିଆ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା କହିଥିଲା। ବାପା ସେହିଦିନ ସ୍ଥାନୀୟ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ସହ ଅଭିଯୁକ୍ତ କମ୍ପାନୀ ପଦୁରିଆକୁ ତହିଁ ପରଦିନ ଅର୍ଥାତ୍‌‌ ୧୦ ଅପ୍ରେଲରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଗୁରୁବାର ଚୂଡାନ୍ତ ଶୁଣାଣୀ କରି ଫାଷ୍ଟଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ କମ୍ପାନୀ ପଦୁରିଆକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତାକୁ ୪ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଫିକ୍ସ ଡିପୋଜିଟ୍‌‌ ମାଧ୍ୟମରେ ପ୍ରଦାନ କରିବାକୁ ଆଦେଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories