ଏଠାରେ ଦାମୀ ପୋଷାକ ମିଳେ ଶସ୍ତାରେ

0

ରାଜଧାନୀ ଦିଲ୍ଲୀରେ ସବୁପ୍ରକାର ସୁବିଧା ଉପଲବ୍ଧ। ବୋଧହୁଏ ଏହି କାରଣରୁ ଏଠାରେ ଶିଳ୍ପପତିଙ୍କ ଭିଡ଼ ବଢ଼ିବା ସହ ଗରିବ ଓ ମଧ୍ୟବିତ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନାହିଁ। ଏକ ସର୍ବେକ୍ଷଣର ତଥ୍ୟ ଅନୁସାରେ, ଦିଲ୍ଲୀରେ ୮୧%ଲୋକେ ଉତ୍ତମ ବ୍ରାଣ୍ଡର ପୋଷାକ ପରିଧାନ କରନ୍ତି। ତେବେ ଏମାନେ ବଡ଼ବଡ଼ ମଲ୍‌ରୁ ପୋଷାକ କିଣିନଥାନ୍ତି। ଗରିବ ଓ ମଧ୍ୟବିତ୍ତ ଲୋକେ ଅବା କାହୁଁ ସାହସ କରିବେ ଏସବୁ ଦୋକାନ ଭିତରକୁ ଯିବା ନିମନ୍ତେ। ସେଥିପାଇଁ ସେମାନଙ୍କ ନିମନ୍ତେ ଅଛି ଦିଲ୍ଲୀର କିଲୋଦରିଆ ବଜାର। ଶିବାଜୀ ରୋଡସ୍ଥିତ ଆଜାଦ୍ ମାର୍କେଟ୍‌ରେ ଅଛି ସଂଖ୍ୟାଧିକ ଦୋକାନ। ଏଠାରେ ଦୈନିକ ହଜାରହଜାର ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ। କିଲୋ ୪୫ ଟଙ୍କାରୁ ୫୦୦ ଟଙ୍କା ପର୍ୟ୍ୟନ୍ତ ବିଭିନ୍ନ ଡିଜାଇନର ପୋଷାକ ଏଠାରେ ଉପଲବ୍ଧ। ବିଭିନ୍ନ ଦୋକାନରେ ଭିନ୍ନଭିନ୍ନ ଦର। କେତେକ ଦୋକାନରେ ବ୍ୟବହୃତ ହୋଇଥିବା ପୋଷାକ ତ’ ଅନ୍ୟ ଦୋକାନରେ ବ୍ରାଣ୍ଡେଡ୍ ନୂଆ ପୋଷାକ ମିଳିଥାଏ। ତେବେ କିଣିବା ପୂର୍ବରୁ ଗ୍ରାହକ ପୋଷାକକୁ ଭଲଭାବେ ଦେଖିନେବାକୁ ଦୋକାନୀ ପରାମର୍ଶ ଦିଅନ୍ତି। କାରଣ କେଉଠି ସାମାନ୍ୟ ଚିରାଫଟା ଥିଲେ ପୋଷାକକୁ ଏଠାରେ ଆଉ ଥରେ ଫେରସ୍ତ କହୁଏନାହିଁ। ଗ୍ରାହକମାନେ ଏଠାରେ ଗୋଟିଏ କିମ୍ବା ଦୁଇଟି ପୋଷାକ ନେବାର ସୁବିଧା ନାହିଁ। ଏଣୁ ସମସ୍ତେ ବଣ୍ଡଲ କିମ୍ବା କିଲୋ ଦରରେ ପୋଷାକ ନେଇଥାନ୍ତି। ଆଜାଦ୍ ମାର୍କେଟ୍‌କୁ ଆସୁଥିବା ଗ୍ରାହକଙ୍କ ମତରେ ଏଠାରେ ବିଭିନ୍ନ ବିଦେଶୀ ବ୍ରାଣ୍ଡର ପୋଷାକ ଖୁବ୍ କମ୍ ଦାମ୍‌‌ରେ ମିଳିଥାଏ।

Leave A Reply