www.samajalive.in
Monday, December 15, 2025
17.1 C
Bhubaneswar

ଡିଆରଡିଓ ଗୁପ୍ତତଥ୍ୟ ପ୍ରଘଟ ଘଟଣା: ୨ ଜଣଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ଯୁବତୀ

କଟକ: ଦେଢ ବର୍ଷଧରି ପ୍ରେମ କରୁଥିବା ବିଶ୍ୱାସ ଜନ୍ମାଇ ରହସ୍ୟମୟୀ ଯୁବତୀ ଦୁଇଜଣଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଓଡ଼ିଶା ଆସି ଘର ବୁଲିଯିବାକୁ ଅନ୍ୟ ଜଣକୁ କହିଥିଲେ। ପ୍ରଲୋଭିତ ହୋଇ ଅଭିଯୁକ୍ତମାନେ ରହସ୍ୟମୟୀ ଯୁବତୀଙ୍କୁ ଡିଆରଡିଓର ଗୋପନୀୟ ତଥ୍ୟ ପ୍ରଘଟ କରିବାକୁ ପଛାଇ ନ ଥିଲେ ବୋଲି ଅପରାଧ ନିୟନ୍ତ୍ରଣ ଶାଖା ସ୍ପଷ୍ଟ କରିଛି। ରହସ୍ୟମୟୀ ଯୁବତୀଙ୍କୁ ଠାବ ପାଇଁ ଅପରାଧ ଶାଖା ଉଦ୍ୟମ ଜାରି ରଖିଛି। ଅଧିକ ତଥ୍ୟ ଯୋଗାଡ଼ କରିବା ଲାଗି ୫ ଅଭିଯୁକ୍ତଙ୍କୁ ପୁଣି ଜିମାରେ ଅଣାଯାଇପାରେ ବୋଲି ଅପରାଧ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ସଞ୍ଜୀବ ପଣ୍ଡା ସୂଚନା କହିଛନ୍ତି।

ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ)ର ନିରାପତ୍ତା ସଂକ୍ରାନ୍ତୀୟ ଗୁପ୍ତତଥ୍ୟ ପ୍ରଘଟ ହେବା ଘଟଣାରେ ଠିକା କର୍ମଚାରୀ ବସନ୍ତ ବେହେରା, ସେକ ମୁସ୍ତାଫିର, ହେମନ୍ତ ମିସ୍ତ୍ରୀ, ତାପସ ରଞ୍ଜନ ନାୟକ ଏବଂ ସ୍ଥାୟୀ କର୍ମଚାରୀ ସଚ୍ଚିନ କୁମାରକୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କୁ ୭ଦିନ ପାଇଁ ଜିମାରେ ଆଣି ଘନ ଘନ ପଚରାଉଚରା କରିବା ବହୁ ତଥ୍ୟ ତଦନ୍ତକାରୀ ଅଧିକାରୀଙ୍କ ହାତରେ ଲାଗିଥିଲା। ଡିଆରଡିଓର ଗୁପ୍ତତଥ୍ୟ ହାସଲ ଲାଗି ରହସ୍ୟମୟୀ ମହିଳା ସାମାଜିକ ଗଣମାଧ୍ୟମରେ ପ୍ରାୟ ୭ଟି ଆକାଉଣ୍ଟ ଖୋଲିଥିଲେ। ସେଥିରେ ସେ ଭିନ୍ନଭିନ୍ନ ସୁନ୍ଦରୀ ଯୁବତୀଙ୍କ ଫଟୋର ପ୍ରୋଫାଇଲ ପିକଚର ବା ଡିପି ରହିଥିଲା। ସେହି ଆକାଉଣ୍ଟରେ ଜରିଆରେ ରହସ୍ୟମୟୀ ଯୁବତୀ ଆଇଟିଆରର ୫କର୍ମଚାରୀଙ୍କ ସହ ବନ୍ଧୁତା ସ୍ଥାପନ କରି ସମ୍ପର୍କ ବଢ଼଼ାଇଥିଲେ। ହିନ୍ଦୀ ଭାଷାରେ କଥା ହେଉଥିବା ଯୁବତୀଜଣକ ଅଭିଯୁକ୍ତଙ୍କ ସହ ନିୟମିତ ଭିଡିଓ କଲ କରି କଥାବାର୍ତ୍ତା ହେଉଥିଲେ। ଦୁଇ ଅଭିଯୁକ୍ତଙ୍କୁ ସେ ବିବାହ ପ୍ରସ୍ତାବ ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁରସ୍ଥିତ ଘରକୁ ଆସିବାକୁ ଚାହୁଁଥିଲେ ବୋଲି ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ତେବେ ଅଭିଯୁକ୍ତମାନେ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କିତ ସମସ୍ତ ତଥ୍ୟ ସମ୍ପୃକ୍ତ ମହିଳାଙ୍କୁ ଦେଇଥିବା ସ୍ପଷ୍ଟ ହୋଇଛି। ଶୁକ୍ରବାର ଜିମା ଶେଷ ପରେ ଅଭିଯୁକ୍ତଙ୍କୁ ବାଲେଶ୍ୱର କାରାଗାରକୁ ପଠାଇ ଦିଆଯାଇଛି। ଯୁବତୀ ଯେଉଁ ମୋବାଇଲ ନମ୍ବରରେ କଥା ହେଉଥିଲେ ତାକୁ ଆଧାରକରି ତଦନ୍ତ କରାଯାଇଛି। ଅଭିଯୁକ୍ତଙ୍କ ମୋବାଇଲ ଓ ଲାପଟପର ଫରେନସିକ ବବରଣ ହସ୍ତଗତ ପରେ ସେମାନଙ୍କୁ ପୁଣି ଜିମାରେ ଅଣିବାକୁ ପ୍ରାର୍ଥନା କରାଯିବ ବୋଲି ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories