www.samajalive.in
Monday, December 15, 2025
27.1 C
Bhubaneswar

୧୨ ଜିଲାରେ ଦ୍ୱିତୀୟ ପାନ ଟିକାକରଣ ନୈରାଶ୍ୟଜନକ

ଭୁବନେଶ୍ବର/ଜଗତସିଂହପୁର: ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନରେ ଶନିବାର ୧୪୧୫ଟି କେନ୍ଦ୍ରରେ ୨ଲକ୍ଷ ୭୬ହଜାର ୧୬୬ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୩କୋଟି ପାଖାପାଖି ଛୁଇଁଛି। ଆଜି ସୁଦ୍ଧା ରାଜ୍ୟରେ ୨କୋଟି ୯୭ଲକ୍ଷ ୪୧ ହଜାର ୪୯୩ରେ ପହଞ୍ଚିଛି। ଆସନ୍ତାକାଲି ବାତ୍ୟାର ସମ୍ଭାବନା ଥିବାରୁ କେବଳ କଟକରେ ୪ଟି ଏବଂ ସୁନ୍ଦରଗଡ଼ରେ ଗୋଟିଏ କେନ୍ଦ୍ରରେ ଟିକାକରଣ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ରାଜ୍ୟରେ ପ୍ରଥମ ପାନ କରୋନା ଟିକା ନେଇଥିବା ଲୋକେ ଦ୍ୱିତୀୟ ପାନ ଟିକା ନେବାକୁ ଆସୁନାହାନ୍ତି। ବିଭାଗ ପକ୍ଷରୁ ବାରମ୍ବାର ବାର୍ତ୍ତା ଦିଆଯିବା ସହିତ ସ୍ବାସ୍ଥ୍ୟ ସହାୟକଙ୍କ ମାଧ୍ୟମରେ ସଚେତନ କରାଗଲେ ମଧ୍ୟ ଟିକା ନେଉ ନାହାନ୍ତି। ଏହି କ୍ରମରେ ବୌଦ୍ଧ ଜିଲା ପଛରେ ପଡିଥିବାବେଳେ ସର୍ବାଗ୍ରେ ଖୋର୍ଦ୍ଧା ରହିଛି।
ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲାରେ ୨ଲକ୍ଷ ୩୩ହଜାର ୧୯୧ଜଣ ଦ୍ୱିତୀୟ ପାନ ଟିକା ନେବାକୁ ଏ ଯାବତ୍‍ ଯୋଗ୍ୟ ହୋଇଛନ୍ତି। ୨୩ ତାରିଖ ସୁଦ୍ଧା ୨ଲକ୍ଷ ୧୦ହଜାର ୪୮୮ଜଣ ଟିକା ନେଇଛନ୍ତି। ଖୋର୍ଦ୍ଧା ଜିଲାର ସଫଳତା ହାର ୯୦ ପ୍ରତିଶତ ରହିଛି। ତା’ ପଛକୁ ରହିଛି ଭୁବନେଶ୍ୱର। ଭୁବନେଶ୍ୱରରେ ୧୧ ଲକ୍ଷ ୮୩ହଜାର ୨୪ଜଣ ଦ୍ୱିତୀୟ ପାନ ଟିକା ନେବାକୁ ଯୋଗ୍ୟ ହୋଇଥିବା ବେଳେ ୧୦ ଲକ୍ଷ ୬୦ହଜାର ୫୭୧ଜଣ ଅର୍ଥାତ୍‌ ୯୦ ପ୍ରତିଶତ ଟିକା ନେଇଛନ୍ତି। ତାଲିକାର ତୃତୀୟରେ ରହିଛି ଜଗତସିଂହପୁର ଜିଲା। ଜଗତସିଂହପୁର ଜିଲାରେ ୨ଲକ୍ଷ ୨୫ହଜାର ୮୮୩ଜଣ ଦ୍ୱିତୀୟ ପାନ ଟିକା ନେବାକୁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ନେଇଛନ୍ତି ୧ ଲକ୍ଷ ୯୩ହଜାର ୯୮୮ଜଣ। ଅର୍ଥାତ ଜିଲାର ସଫଳତା ହାର ରହିଛି ୮୬ପ୍ରତିଶତ। ରାଜ୍ୟର ଅନ୍ୟ ଜିଲା ତୁଳନାରେ ଜଗତସିଂହପୁର ଜିଲାରେ ଟିକାକରଣ ହାର ଭଲ ରହିଛି। ଦ୍ୱିତୀୟ ପାନ ଟିକାକରଣରେ ୮୦ ପ୍ରତିଶତ ଉପରକୁ ସଫଳତା ହାସଲ କରିଛନ୍ତି ମାତ୍ର ୫ଟି ଜିଲା। ଏହି ତାଲିକାରେ ଜଗତସିଂହପୁର ପଛକୁ ବାଲେଶ୍ୱର, ଝାରସୁଗୁଡା, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲା ରହିଛି।

- Advertisement -

ସେହିପରି ୭୦ପ୍ରତିଶତ ଉପରକୁ ସଫଳତା ପାଇଛି ୧୨ଟି ଜିଲା। ଏଥିରେ ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ପୁରୀ, କୋରାପୁଟ, ସମ୍ବଲପୁର, ଭଦ୍ରକ, ନୟାଗଡ଼, ଗଞ୍ଜାମ, କେନ୍ଦୁଝର, କଟକ ଓ ବରଗଡ଼଼ ରହିଛି। ଏହି କ୍ରମରେ ୬୦ପ୍ରତିଶତ ଉପରକୁ ଟିକାକରଣ କରିଥିବା ଜିଲା ଗୁଡିକ ହେଲା କଳାହାଣ୍ଡି, ଦେବଗଡ଼଼,ସୁନ୍ଦରଗଡ଼଼, ରାୟଗଡ଼଼ା, ବଲାଙ୍ଗିର, ମାଲକାନଗିରି, କନ୍ଧମାଳ ଓ ମୟୂରଭଞ୍ଜ ରହିଛି।

ଜଗତସିଂହପୁର ଜିଲା ଦ୍ୱିତୀୟ ପାନ ଟିକାକରଣରେ ଆଗରେ ଥିବାବେଳେ ଅନ୍ୟ ଜିଲାଗୁଡିକ କାହିଁକି ପଛରେ ପଡ଼ିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଯେତେ ପ୍ରକାର ସଚେତନ କଲେ ମଧ୍ୟ ଦ୍ବିତୀୟ ପାନ ଟିକା ନେବାକୁ ବହୁ ଲୋକ ଆସୁନାହାନ୍ତି। ଏହା ବାଦ୍ ଟିକାର ଅଭାବ ଥିବା ଯୋଗୁଁ ଉକ୍ତ ଜିଲାଗୁଡିକୁ ଟିକା ଯୋଗାଣ କମ୍ ରହିଥିଲା। ଆଜି ଟିକା ଆସିଛି, ଆସନ୍ତାକାଲି ରବିବାର ରହିଛି ଏବଂ ବାତ୍ୟାର ସମ୍ଭାବନା ଅଛି। ବାତ୍ୟାର ସ୍ଥିତି ପରଖିବା ପରେ ସଂପୃକ୍ତ ଜିଲାକୁ ଅଧିକ ଟିକା ଯୋଗାଣ କରାଯିବା ସହିତ ଟିକାକରଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି।

Hot this week

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

Related Articles

Popular Categories