www.samajalive.in
Monday, December 15, 2025
24.1 C
Bhubaneswar

ଅନ୍ଧାରରେ ସ୍ମାର୍ଟଫୋନ୍‍ ବ୍ୟବହାର କରୁଥିଲେ ସାବଧାନ!

ଆଜିକାଲି ସ୍ମାର୍ଟ ଫୋନ୍‍ର ବହୁଳ ବ୍ୟବହାର ହେଉଛି। ଘରେ ଘରେ ସ୍ମାର୍ଟ ଫୋନ୍‍ ଉପଲବ୍ଧ। ପିଲାଠାରୁ ବୟସ୍କ ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍‍ର ଅଭ୍ୟସ୍ତ ହୋଇ ପଡ଼ିଲେଣି। ହେଲେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ମାର୍ଟଫୋନ୍‍ର ମାତ୍ରାଧିକ ବ୍ୟବହାର ସ୍ୱାସ୍ଥ୍ୟ ପ୍ରତି ଖୁବ୍‍ ହାନିକାରକ ସାବ୍ୟସ୍ତ ହୋଇଥାଏ। ବିଶେଷ କରି ବହୁତ ଲୋକ ରାତିର ଅନ୍ଧାରରେ ଦୀର୍ଘ ସମୟ ପର୍ୟ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାର କରିଥାଆନ୍ତି। ଅନ୍ଧାରରେ ସ୍ମାର୍ଟ ଫୋନ୍‍ ବ୍ୟବହାର କରିବା ଦ୍ୱାରା ଆଖି ଉପରେ ଅନେକ ଖରାପ ପ୍ରଭାବ ପଡ଼ିବା ସହିତ ଆହୁରି ଅନେକ ସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା ସେ ବିଷୟରେ –

-ଅନ୍ଧାରରେ ମୋବାଇଲ ବ୍ୟବହାର କଲେ ଆଖିର ରେଟିନା ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ।
-ରକ୍ତରେ ମେଲାଟୋନିନ୍‌ ହରମୋନର ସ୍ତର କମିଯାଇଥାଏ ଯାହା ଫଳରେ ନିଦ ଠିକ ସେ ହୋଇ ନ ଥାଏ ।
-ବ୍ରେନ ଟ୍ୟୁମର ହେବାର ଆଶଙ୍କା ବଢ଼ିଯାଇଥାଏ ଓ ସ୍ମରଣଶକ୍ତି ମଧ୍ୟ ହ୍ରାସ ପାଇଥାଏ।
-ଏହାଦ୍ୱାରା ମସ୍ତିଷ୍କକୁ ସିଗନାଲ ନେଉଥିବା ଆପ୍ଟିକ ସ୍ନାୟୁ ଉପରେ ଖରାପ ପ୍ରଭାବ ପଡିଥାଏ ଓ ଗ୍ଲୁକୋମା ସମସ୍ୟାରେ ପଡିବାର ଆଶଙ୍କା ସୃଷ୍ଟି ହୋଇଥାଏ।
-ଅନ୍ଧାରରେ ସ୍ମାର୍ଟଫୋନର ବ୍ୟବହାର ଯୋଗୁଁ ଆଖି ତଳେ କଳା ଦାଗ ପଡ଼ିବା ସମସ୍ୟା ଦେଖାଦେଇଥାଏ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories