www.samajalive.in
Tuesday, December 9, 2025
15.1 C
Bhubaneswar

ଭୁଲରେ ବି କରନ୍ତୁନି ଏଭଳି ଭୁଲ୍‌- ମୋବାଇଲ୍ ଯୋଗୁଁ ୪ ପିଲାଙ୍କର ମୃତ୍ୟୁ, ଉତ୍ତରପ୍ରଦେଶର…

ଲକ୍ଷ୍ମୌ- ଗୋଟିଏ ଭୁଲ୍‌ ପାଇଁ ଚାଲିଯାଇଛି ୪ ଜଣ ପିଲାଙ୍କର ଜୀବନ । ମୋବାଇଲ୍‌ ଫାଟି ଦୁର୍ଘଟଣା ଯୋଗୁଁ ୪ଟି କୋମଳମତି ଜୀବନ ଅକାଳରେ ଝଡିପଡିଛି । ସେମାନଙ୍କର ବାପା ମାଆ ଏବେ ଜୀବନ ମରଣ ସହ ଡାକ୍ତରଖାନାରେ ସଂଗ୍ରାମ ଚଳାଇଛନ୍ତି ।

ଉତ୍ତରପ୍ରଦେଶର ପଲ୍ଲବରମପୁର ଅଞ୍ଚଳର ଜନତା କଲୋନୀର ଘଟଣା । ଶନିବାର ବିଳମ୍ବିତ ରାତିରେ ଗୋଟିଏ ଘରେ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ପରିବାରରେ ୬ ଜଣ ଗୁରୁତର ହୋଇଥିଲେ । ଏମାନଙ୍କ ମଧ୍ୟରେ ୪ ଜଣ ଛୋଟପିଲା ରହିଛନ୍ତି । ନିଆଁ ଲାଗିବାର କାରଣ ମୋବାଇଲ୍‌ ଥିଲା । ପରିବାରର ଲୋକ ରାତିରେ ଖାଇ ସାରିବା ପରେ କେହି ଜଣ ମୋବାଇଲ୍‌କୁ ସ୍ୱିଚ୍ଚ୍‌ ବୋର୍ଡ ଉପରେ ରଖି ଚାର୍ଜ କରୁଥିଲେ । ଅଧିକ ଚାର୍ଜ ଯୋଗୁଁ ହେଉ କି ମୋବାଇଲ୍‌ ଗରମ ହୋଇଯିବା ଯୋଗୁଁ ସେଥିରୁ ନିଆଁ ବାହାରି ଘରେ ଲାଗିଯାଇଥିଲା ।

- Advertisement -

ସେହି ଘର ଭିତରୁ ପତି ପତ୍ନୀଙ୍କ ସହ ସମସ୍ତେ ବାହାରିବା ପାଇଁ ଚେଷ୍ଟା କରିଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ୪ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ମାଆଙ୍କର ଚିକିତ୍ସା ଚାଲିଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଚାର୍ଜିଂ ସମୟରେ ମୋବାଇଲ୍‌ରେ ନିଆଁ ଲାଗିଥିବା ପରିବାରର ଅନ୍ୟ ସଦସ୍ୟମାନ କହିଛନ୍ତି । ଅଗ୍ନିଶମ ବିଭାଗର ଯାଞ୍ଚରୁ ସ୍ୱିଚ୍ଚବୋର୍ଡ ପାଖରୁ ନିଆଁ ଲାଗିଥିବା କଥା କୁହାଯାଇଛି ।
ଏଥିପାଇଁ ଚାର୍ଜର ମୋବାଇଲ୍‌କୁ ଅଧିକ ସମୟ ଯାଏଁ ନ ବସାଇବା , ରାତିରେ ଚାର୍ଜରେ ଲଗାଇ ନ ଶୋଇବା, ମୋବାଇଲ୍‌ର ଅରିଜିନାଲ୍‌ ବ୍ୟାଟେରୀ ଏବଂ ଚାର୍ଜର ବ୍ୟବହାର କରିବା ପାଇଁ କୁହାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories