www.samajalive.in
Sunday, December 7, 2025
14.1 C
Bhubaneswar

ଶନିବାର ଭୁଲରେ ମଧ୍ୟ ଘରକୁ ଆଣନ୍ତୁ ନାହଁ ଏସବୁ ଜିନିଷ : ପଡ଼ିବ ଶନିଙ୍କ କୋପ ଦୃଷ୍ଟି

ଶନିବାର ହେଉଛି ଶନି ଭଗବାନଙ୍କ ଦିନ। ଏହିଦିନ ଏପରି କିଛି କାର୍ଯ୍ୟ ଅଛି ଯାହାକୁ କରିବା ଦ୍ବାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି ଓ ଏପରି କିଛି କାର୍ଯ୍ୟ ମଧ୍ୟ ଅଛି ଯାହାଦ୍ବାରା ଶନି ଭଗବାନ କ୍ରୋଧିତ ହୋଇଥାଆନ୍ତି। ଥରେ ତାଙ୍କ କୋପ ଦୃଷ୍ଟି ପଡ଼ିଲେ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ଅନ୍ୟପକ୍ଷରେ ତାଙ୍କର ଶୁଭ ଦୃଷ୍ଟି ଯାହା ଉପରେ ପଡ଼େ ତା’ର ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଏ। ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ, ଶନି ଘରର ବାହାରେ ରହିବା ହିଁ ଭଲ ହୋଇଥାଏ। ଘରେ ଶନିଙ୍କ ପ୍ରବେଶ ଅମଙ୍ଗଳ ଆଣିଥାଏ। ତେଣୁ ଶନିବାର ଶନିଙ୍କ ସହ ଜଡ଼ିତ ଜିନିଷ ଘରକୁ ଆଣନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ଶନିବାର କେଉଁ ଜିନିଷ ଘରକୁ ଆଣିବା ଅନୁଚିତ୍-

ଲୁହା : ଜ୍ୟୋତିଷଶାସ୍ତ୍ର ଅନୁସାରେ, ଲୁହା କିମ୍ବା ଲୁହାରେ ତିଆରି କୌଣସି ବସ୍ତୁକୁ ଶନିଙ୍କ ବସ୍ତୁ ବୋଲି କୁହାଯାଇଥାଏ। ତେଣୁ ଶନିବାର ଲୁହା କିମ୍ବା ଲୁହାରେ ତିଆରି କୌଣସି ଜିନିଷ ଘରରକୁ ଆଣନ୍ତୁ ନାହିଁ। ବରଂ ଶନିବାର କୌଣସି ଲୁହା ଜିନିଷକୁ ଦାନ କରିବା ଭଲ ହୋଇଥାଏ।
କଳା ରାଶି : ଶନିଙ୍କ ପୂଜାରେ କଳା ରାଶି ବ୍ୟବହାର କରାଯାଇଥାଏ। ଯାହାକୁ ଶନିବାର ଦିନ ଘରକୁ ଆଣିବା ଅନୁଚିତ୍। ବରଂ ଶନିବାର କଳା ରାଶି ଦାନ କରନ୍ତୁ। ଏହାଫଳରେ ଶନି ଦେବ ପ୍ରସନ୍ନ ହୋଇଥା’ନ୍ତି।
ତେଲ : ଶନିବାର ଭୁଲରେ ମଧ୍ୟ ତେଲ ଘରକୁ ଆଣନ୍ତୁନାହିଁ। ଏହି ଦିନ ଶନିଦେବଙ୍କୁ ତେଲ ଅର୍ପଣ କରନ୍ତୁ ଶୁଭଫଳ ପ୍ରଦାନ ହେବ।
ରଙ୍ଗ : କବାଟ ଝରକାରେ ଦିଆଯାଉଥିବା ରଙ୍ଗ କିମ୍ବା ନେଲପଲିସ୍ ଆଦି ଶନିବାର ଘରକୁ ଆଣନ୍ତୁ ନାହିଁ। ବିଶେଷ ଭାବେ କଳା ଏବଂ ନୀଳ ରଙ୍ଗର ରଙ୍ଗ ଭୁଲରେ ମଧ୍ୟ ଶନିବାର କିଣନ୍ତୁ ନାହିଁ।
ଝାଡୁ : ଶନିବାର ଦିନ ଝାଡୁ କିଣିବା ଅଶୁଭ ହୋଇଥାଏ। ଏହାଦ୍ବାରା ଆର୍ଥିକ କ୍ଷତି ହୋଇଥାଏ ।
କଳା ଲୁଣ : ଶନିବାର ଭୁଲରେ ମଧ୍ୟ କଳା ଲୁଣ କିଣନ୍ତୁ ନାହିଁ। ବିଶ୍ବାସ ରହିଛି ଯେ ଏହିଦିନ କଳା ଲୁଣ କିଣିବା ଦ୍ବାରା ଶନିଙ୍କ ଅଶୁଭ ଫଳ ମିଳିଥାଏ।
କଳା ବସ୍ତ୍ର : ଶନିବାର କଳା ରଙ୍ଗର ବସ୍ତ୍ର କିଣି ଘରକୁ ଆଣନ୍ତୁ ନାହିଁ। ବରଂ ଶନିବାର କଳା ବସ୍ତ୍ର ଏବଂ କମ୍ବଳ ଦାନ କରନ୍ତୁ।
ଛୁଞ୍ଚି ଏବଂ କଇଁଚି : ଶନିବାର କେବେବି ଛୁଞ୍ଚି ଓ କଇଁଚି ଆଣନ୍ତୁ ନାହିଁ। ଏହା କିଣିବା ଦ୍ବାରା ସମ୍ପର୍କରେ ତିକ୍ତତା ଓ ଦୂରତା ଆସିଥାଏ ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories