କୋଭିଡ ପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ ୫୧ ହଜାର ଟଙ୍କା ପ୍ରଦାନ କଲେ ଟ୍ରାକ୍ଟର ମାଲିକ ସଙ୍ଘ 

ନବରଙ୍ଗପୁର: ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଙ୍ଘ ତରଫରୁ ନବରଙ୍ଗପୁର ଜିଲା କରୋନା ମହମାରୀର ପରିଚାଳନା ନିମନ୍ତେ ୫୧ ହଜାର ଟଙ୍କା ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ସଙ୍ଘ ସଭାପତି କଂହୁ ଦାଶ, ସାଧାରଣ ସମ୍ପାଦକ ସାନୁଜ ତ୍ରିପାଠୀ, ଉପସଭାପତି ରାଧାକୃଷ୍ଣ ତ୍ରିପାଠୀ, ଉପଦେଷ୍ଟା ଉତ୍ତମ ତ୍ରିପାଠୀ, କୋଷାଧକ୍ଷ ମନୋଜ ସାଗରିଆ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ -୧୯ ବିରୁଦ୍ଧରେ ଲଢ଼ିବା ପାଇଁ ରେଡକ୍ରସ୍ ପାଣ୍ଠିକୁ ଓଡିଶାର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା କରିଥିବା ଯୋଗୁ ଏହା ଅଭାବୀ ବ୍ୟକ୍ତିଙ୍କ ପାଇଁ ବହୁତ ସହାୟକ ହେବ ବୋଲି କହିବା ସହ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.