www.samajalive.in
Tuesday, December 9, 2025
15.1 C
Bhubaneswar

କଟକ ସାଂସଦଙ୍କ ବାଙ୍କୀ ଗସ୍ତ, ମା’ଚର୍ଚ୍ଚିକାଙ୍କ ମନ୍ଦିର ପରିଦର୍ଶନ 

କଳାପଥର (ବାଙ୍କୀ),: କଟକ ଲୋକସଭା ସଂସଦ ଭର୍ତ୍ତୁହରି ମହତାବ ଆଜି ବାଙ୍କୀର ଇଷ୍ଟଦେବୀ ମା’ଚର୍ଚ୍ଚିକାଙ୍କ ଦର୍ଶନ କରିଥିଲେ। ମା’ଚର୍ଚ୍ଚିକାଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ୧୧କୋଟି ଟଙ୍କାର ଅନୁକମ୍ପା ରାଶି କାହିଁକି ଅଦ୍ୟାବଧି ମା’ଙ୍କ ମନ୍ଦିରର ବିକାଶମୂଳକ କାମରେ ଲାଗିପାରିଲା ନାହିଁ ବୋଲି ମା’ଚର୍ଚ୍ଚିକାଙ୍କ ସେବାୟତମାନେ  ସାଂସଦଙ୍କ ନିକଟରେ ଫେରାଦ କରିଛନ୍ତି। ସାଂସଦ ଶ୍ରୀଯୁକ୍ତ ମହତାବ ତତ୍‌କାଳ ଅଭିଯୋଗ ପାଇବା ପରେ କଟକ ଜିଲ୍ଲାପାଳଙ୍କୁ ଫୋନ୍ ଯୋଗେ ଏହାର ତ୍ୱରିତ ବେଗରେ ପଦକ୍ଷେପ ନେବା ପାଇଁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ରଣା, ସଂପାଦକ ନୀଳମଣି ମହାପାତ୍ର, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ରଣା, ସେବାୟତ ପ୍ରଶାନ୍ତ କୁମାର ମହାପାତ୍ର, ସଂଜୟ ରଣା ପ୍ରମୁଖ ଉପସ୍ଥିତ ରହି ସାଂସଦ ଶ୍ରୀ ମହତାବଙ୍କୁ ମନ୍ଦିର ଉନ୍ନତି ସଂପର୍କରେ ଅବଗତ କରାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories