www.samajalive.in
Sunday, December 7, 2025
23.1 C
Bhubaneswar

ବର୍ଷକରେ ୨୫ ବାଘ ନିଖୋଜ, ତଦନ୍ତ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ବର୍ଷକରେ ୨୫ ବାଘ ନିଖୋଜ। କୁଆଡ଼େ ଗଲେ ଏତେ ସଂଖ୍ୟକ ବାଘ। ଶିକାରୀଙ୍କ ଦ୍ଵାରା ଶିକାର ହୋଇଛନ୍ତି ନା ଆକସ୍ମିକ ମୃତ୍ୟୁ ଘଟିଛି ? ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେଶର ପ୍ରମୁଖ ଜାତୀୟ ଉଦ୍ୟାନ ରାଜସ୍ଥାନର ରନ୍ଥଭୌର ଜାତୀୟ ଉଦ୍ୟାନରେ ବାଘ ସଂଖ୍ୟା ହ୍ରାସ ପରେ ଏବେ ପରିବେଶବିତମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି।

ଗତବର୍ଷ ଏହି ଜାତୀୟ ଉଦ୍ୟାନରେ ୭୫ ବାଘ ରହିଥିବା ଗଣନା କରାଯାଇଥିଲା। ଚଳିତବର୍ଷ ଏହି ସଂଖ୍ୟା ୫୦ରେ ପହଞ୍ଚିଛି। ଆର୍ଥାତ ୨୫ ବାଘଙ୍କ ପତ୍ତା ମିଳିନାହିଁ। କେବଳ ମେ ୧୭ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୧୪ ବାଘ ନିଖୋଜ ହୋଇଯାଇଛନ୍ତି। ପ୍ରଥମ ଥର ଲାଗି ଏତେ ସଂଖ୍ୟକ ବାଘ ଗୋଟିଏ ଜାତୀୟ ଉଦ୍ୟାନରୁ ନିଖୋଜ ହୋଇଯାଇଛନ୍ତି। ୨୦୧୯ରେ ଏଠାରେ ବର୍ଷକରେ ୧୩ ବାଘ ନିଖୋଜ ହେବା ନେଇ ରିପୋର୍ଟ ଜାରି ହୋଇଥିଲା। ତଦନ୍ତକାରୀ କମିଟି ପକ୍ଷରୁ ବାଘଙ୍କ ଉପରେ ନଜର ରଖିବା ଲାଗି କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରାଯିବ। ଯଦି ଉଦ୍ୟାନ ଅଧିକାରୀଙ୍କ ଦ୍ଵାରା କୌଣସି ତ୍ରୁଟି ହୋଇଥିବ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories