ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକର ୨ଟି ପରୀକ୍ଷା କେନ୍ଦ୍ରରେ ଆଜି ପଞ୍ଚମ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପଞ୍ଚମ ଶ୍ରେଣୀ ପାଇଁ ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୩୨ ଜଣ ପରୀକ୍ଷା ଦେଇଥିଲେ। ସେହିପରି ତୃତୀୟ ଶ୍ରେଣୀ ପାଇଁ ଅତାବିରା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୫୪ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷା କେନ୍ଦ୍ର ପରିଚାଳକ ଭାବେ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଓ ମନୋଜ ହରପାଲ୍ ରହି ପରୀକ୍ଷା ପରିଚାଳନା କରିଥିଲେ।
Popular Categories



