କଳାପଥର (ବାଙ୍କୀ): କଟକ ସାଂସଦ ଭର୍ତ୍ତୁହରି ମହତାବ ବାଙ୍କୀ ବିଜେପି କାର୍ଯ୍ୟାଳୟ ଠାରେ ଜନଅଭିଯୋଗ ଶୁଣାଣି କରିଥିଲେ। ଏହି ଶିବିରରେ ପ୍ରାୟ ୧୫୫ରୁ ଉର୍ଦ୍ଧ୍ୱ ଅଭିଯୋଗପତ୍ର ସାଂସଦଙ୍କୁ ଜନସାଧାରଣ ପ୍ରଦାନ କରିଛନ୍ତି। ବିଶେଷ କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ମହାପ୍ରଣାୟ ଗାଡିର ଅଚଳା ଅବସ୍ଥା, କୁଶୁପଙ୍ଗି ଅଞ୍ଚଳର ଶତାଧିକ ଚାଷଜମି କ୍ଷତିଗ୍ରସ୍ତ ଓ ବାଙ୍କୀରେ ସହୀଦ ସ୍ତମ୍ଭ ନିର୍ମାଣ ଆଦି ବହୁ ଅଭିଯୋଗପତ୍ର ସାଂସଦଙ୍କୁ ପ୍ରଦାନ କରାଯାଇଛି। ଏହି ଜନଅଭିଯୋଗ ଶୁଣାଣିରେ ବିଜେପି କଟକ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, ବାଙ୍କୀ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Comments are closed.