କଳାପଥର (ବାଙ୍କୀ): ବାଙ୍କୀ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ସୁସ୍ଥ ସମାଜ ଗଠନ ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଦେଈ ଏଥିରେ ସଭାପତିତ୍ୱ କରିଥିଲେ। ସମ୍ମାନିତ ବକ୍ତା ଭାବେ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁ ଯୋଗଦାନ କରି ପରିବେଶକୁ ସୁସ୍ଥ ସରସ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତି ବର୍ଷ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ସହିତ ତା’ର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ପରିବେଶ କିପରି ଧ୍ୱସଂ ଆଡକୁ ଗତି କରୁଛି ସେ ସଂପର୍କରେ ବହୁ ଉଦାହରଣ ମାଧ୍ୟମରେ ଶ୍ରୀ ସାହୁ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ବାଉରୀବନ୍ଧୁ ପ୍ରଧାନ, ସରସ୍ୱତୀ ତ୍ରିପାଠୀ ଓ ଝରି ପଲେଇ ପ୍ରମୁଖ ଯୋଗଦାନ କରିଥିଲେ।
Popular Categories



