www.samajalive.in
Wednesday, December 10, 2025
16.1 C
Bhubaneswar

୨୦୨୭ରେ ସରିବ ମେଟ୍ରୋ ରେଳ ପ୍ରକଳ୍ପ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୨୦୨୭ ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହେବ। ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଭୂପୃଷ୍ଠ ଉପରିଭାଗରେ ମେଟ୍ରୋ ଟ୍ରେନ ଚଳାଚଳ କରିବ। ଭୂପୃଷ୍ଠ ଉପରେ ଭୂମିଠାରୁ ୧୩ ମିଟର ଉଚ୍ଚରେ ଟ୍ରେନ ଚଳାଚଳ କରିବ। ରାଜମହଲ, ଜୟଦେବବିହାର ଏବଂ ବାରଙ୍ଗରେ ଉଚ୍ଚତା ଅଧିକ ରହିବ। ବର୍ତ୍ତମାନ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଛି। ୫୦ରୁ ୬୦ ଫୁଟ ତଳୁ ମାଟି ନେଇ ପରୀକ୍ଷାଗାରେ ପରୀକ୍ଷା କରାଯାଉଛି। ମାଟି ପରୀକ୍ଷା ସରିବା ପରେ ପ୍ରକଳ୍ପର ଫାଉଣ୍ଡେସନ କାର୍ଯ୍ୟ ଆରମ୍ଭ ହେବ। ସରକାର ୩ଟି କୋଚ୍‌ ଥିବା ୧୩ଟି ମେଟ୍ରୋ ଟ୍ରେନ କିଣିବାକୁ ଯୋଜନା ରଖିଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପ୍ରତି ୧୦ ମିନିଟ ବ୍ୟବଧାନରେ ମେଟ୍ରୋ ଟ୍ରେନ ଚଳାଚଳ କରିବ ବୋଲି କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories