www.samajalive.in
Wednesday, December 10, 2025
14.1 C
Bhubaneswar

ଗଙ୍ଗା ସଫେଇ ସଚେତନତା ଅଭିଯାନରେ ଓଡ଼ିଆ ଝିଅ ଦୀପ୍ତିମୟୀ

ପୁରୀ : ଗଙ୍ଗା ସଫେଇ ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି ଓଡ଼ିଆ ଝିଅ ଦୀପ୍ତିମୟୀ ତରାଇ । ଦୀପ୍ତିମୟୀ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଓରା ଗାଁର ଝିଅ । ସେ ଗଙ୍ଗା ସାଗର ଅଭିମୁଖେ ବାହାରିଛନ୍ତି । ପ୍ରାୟ ୨୫ ହଜାର କିଲୋମିଟର ଜଳ ଯାତ୍ରା ଡିସେମ୍ବର ୨୪ରେ ସାରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଗଙ୍ଗା ନଦୀକୁ ସ୍ବଚ୍ଛ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଦୁଃସାହସିକ ଜଳ ଯାତ୍ରାରେ ବାହାରିଛନ୍ତି । ଗଙ୍ଗାର ଉତ୍ପତ୍ତି ସ୍ଥଳ ଗଙ୍ଗୋତ୍ରୀରୁ ବାହାରି ଗଙ୍ଗା ସାଗର ଯାଏଁ ଜଳପଥରେ ସେ ପ୍ରାୟ ୨୫ ହଜାର କିଲୋମିଟର ଯାତ୍ରା କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ନଭେମ୍ବର ୨ରୁ ଏହି ଯାତ୍ରା ଆରମ୍ଭ ହୋଇଥିବାବେଳେ ଏହାକୁ ଡିସେମ୍ବର ୨୪ରେ ସାରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଦୀପ୍ତିମୟୀ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories