www.samajalive.in
Sunday, December 7, 2025
18.1 C
Bhubaneswar

ସାକ୍ଷୀଗୋପାଳ କଲେଜରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ପୁରୀ : ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ସାକ୍ଷୀଗୋପାଳର ସଭାଗୃହରେ ଜାତୀୟ ସେବା ଯୋଜନା ତରଫରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସର୍ବପ୍ରଥମେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଧୂପଦୀପ ପ୍ରଦାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସତ୍ୟଶିବସୁନ୍ଦର ମିଶ୍ର ପୌରହିତ୍ୟ କରି ପଣ୍ତିତ ନୀଳକଣ୍ଠ ଦାସଙ୍କ ଜୀବନ ଓ ସାହିତ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କର ସାହିତ୍ୟ ଓ ରାଜନୀତିର ମନସ୍ତାତ୍ତ୍ୱିକ ଦିଗ ଗୁଡ଼ିକ ସମ୍ପର୍କରେ ବ୍ୟାପକ ଗବେଷଣା କରାଯିବା ଉଚିତ୍ ବୋଲି ମତ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ପ୍ରାକ୍ତନ ମୁଖ୍ୟ ତଥା ବିଶିଷ୍ଟ କବି, ଗାଳ୍ପିକ, ଅନୁବାଦକ, ବିଭିନ୍ନ ଜାତୀୟ ଓ ଅର୍ନ୍ତଜାତୀୟ ପରିଷଦର ଉପଦେଷ୍ଟା ମାନସ ରଞ୍ଜନ ମହାପାତ୍ର ଯୋଗଦେଇ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୀବନୀ ଓ ସାହିତ୍ୟ ବିଷୟରେ ଚର୍ଚ୍ଚା କରି ତାଙ୍କୁ ଓଡ଼ିଆ ବୌଦ୍ଧିକତାର ପ୍ରତୀକ ଭାବରେ ଅବିହିତ କରିବା ସହ  ତାଙ୍କ ସାହିତ୍ୟ ସୃଷ୍ଟିକୁ ଓଡ଼ିଆ ଜାତିର ଅମୂଲ୍ୟ ସଂପଦ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ. ଶର୍ମିଷ୍ଠା ମହାପାତ୍ର ଯୋଗ ଦେଇ ସତ୍ୟବାଦୀର ପୁଣ୍ୟ ଭୂମିରୁ ଓଡିଆ ଜାତୀୟତାବାଦର ଯେଉଁ ଶଙ୍ଖନାଦ  ବନବିଦ୍ୟାଳୟର ପଞ୍ଚସଖା କରିଥିଲେ ତାର ଆଲୋଚନା କରିବା ସହ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବାଲ୍ୟକାଳ, ଶିକ୍ଷା, ଅଧ୍ୟାପନା ଓ ସାହିତ୍ୟ ସୃଷ୍ଟିର ଗଭୀର ଆଲୋଚନା କରିଥିଲେ। ଏହି ଅବସରରେ  ବିଶିଷ୍ଟ ଗବେଷକ ସ୍ବର୍ଗତ ଡ. ସୁନିଲ କୁମାର ରଥଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

- Advertisement -

ଏବଂ ଇଂରାଜୀ ବିଭାଗ ମୁଖ୍ୟ ମନୋଜ କୁମାର ପରିଡ଼ାଙ୍କୁ ତାଙ୍କର ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜୀବନୀ , ଆତ୍ମଜୀବନୀ ସମ୍ପର୍କୀୟ ପୁସ୍ତକ ପାଇଁ  ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସଂସ୍କୃତ ବିଭାଗ ମୁଖ୍ୟ ପ୍ରଧ୍ୟାପିକା ସୁଜାତା ମହାପାତ୍ର ପରିଚାଳନା କରିଥିଲେ। ଅନ୍ୟତମ ସଂସ୍କୃତ ଅଧ୍ୟାପିକା ସସ୍ମିତା ପ୍ରଧାନ ସଭାର ପ୍ରାରମ୍ଭରେ ବେଦ ପାଠ କରିଥଲେ।  ଯୁକ୍ତ ୩ ଜାତୀୟ ସେବା ଯୋଜନାର ଅଧିକାରୀ ଡ. ଶଙ୍କର୍ଷଣ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଯୁକ୍ତ ୨ ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ ପ୍ରକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories