ଅଙ୍ଗଦାନ’ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ
ଭୁବନେଶ୍ୱର,- : ‘ଅଙ୍ଗଦାନ’ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ । ସଭିଏଁ ଜୀବନରେ କିଛି ନା କିଛି ଦାନ କରିଥାଉ, ଏହା ଖୁସି ଦେଇଥାଏ ଏବଂ ମାନବିକତାର ପରିଚୟ ଦିଏ । ଭଗବାନ ଏତେ ସୁନ୍ଦର ଜୀବନ ଦେଇଛନ୍ତି ଏବଂ ବୈଜ୍ଞାନିକ ମାନେ ବିଜ୍ଞାନକୁ ପରଖି ଅନେକ ଗବେଷଣା କରି ନୂତନ ପରିଭାଷା ସୃଷ୍ଟି କରିଛନ୍ତି । ଏପରିକି ମୃତ୍ୟୁ ପରେ ମଧ୍ୟ ଆମ ଶରୀରର କିଛି ମୂଲ୍ୟବାନ ଅଙ୍ଗ ଅନ୍ୟ ଜଣକ ଜୀବନକୁ ନୂଆ ରୂପ ଦେଇ ପାରିବ । ବାସ୍ତବରେ, ସାର୍ଥକ ଜୀବନର ଅନ୍ୟ ଏକ ନାମ “ଅଙ୍ଗଦାନ” ବୋଲି କୁହାଯାଏ ।
ବିଜୁ ଜନତା ଦଳର ସାମାଜିକ ଶାଖା ଓଡ଼ିଶା-ମୋ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କୋଭିଡ୍ ଭଳି ବୈଶ୍ୱିକ ମହାମାରୀ ସମୟରେ ରକ୍ତଦାନ ଶିବିର ଆୟୋଜନ, ପ୍ରବାସୀ ଶ୍ରମିକଙ୍କୁ ସହାୟତା, କୋଭିଡ୍ ଜନିତ ମୃତକଙ୍କ ଶବଦାହ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସମାଜର ହିତରେ କରିଆସୁଛି ।
ଏବେ ଅଙ୍ଗଦାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକୀୟ କାର୍ଯ୍ୟକ୍ରମକୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମଜୟନ୍ତୀ ମାର୍ଚ୍ଚ ୫ ତାରିଖରୁ ତାଙ୍କ ପୂଣ୍ଣ୍ୟତିଥି ଏପ୍ରିଲ ୧୭ ତାରିଖ ଯାଏଁ ଏକ ଅଭିଯାନ ଭାବେ ନିଆଯାଇଛି । ଏଥିପାଇଁ ଓଡ଼ିଶା-ମୋ ପରିବାରର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅଙ୍ଗଦାନ କାର୍ଯ୍ୟକ୍ରମ ଭଳି ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି । ଏଥିପାଇଁ ବିଜୁବାବୁଙ୍କ ୧୦୬ତମ ଜନ୍ମଜୟନ୍ତୀରେ ଏହାର ୫ ଗୁଣ ଅର୍ଥାତ୍ ୫୩୦ ଜଣଙ୍କ ଅଙ୍ଗଦାନ ପଞ୍ଜିକରଣ ପାଇଁ ଧାର୍ଯ୍ୟ ରଖାଯାଇଛି ।
ଏହି ମହତ୍ ଅଭିଯାନରେ ବିଭିନ୍ନ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଯୋଡ଼ିହେବା ପାଇଁ ଓଡ଼ିଶା-ମୋ ପରିବାର ତରଫରୁ ଆହ୍ୱାନ କରାଯାଇଛି ବୋଲି ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆବାହକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମୋ ପରିବାରର ମୁଖ୍ୟ ଅରୁପ ପଟ୍ଟନାୟକ, ବଡ଼ମ୍ବା ବିଧାୟକ ତଥା ଓଡ଼ିଶା-ମୋ ପରିବାର ଇନ୍-ଚାର୍ଜ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀ ସମୀର ପ୍ରଧାନ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ. ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.