ଘରୋଇ ସହାୟକଙ୍କ ପାଇଁ ପ୍ରସ୍ତୁତ ହେବ ନୀତି
ନୂଆଦିଲ୍ଲୀ : ବଡ ବଡିଆ ଲୋକଙ୍କ ଘରେ ସହାୟକ ଭାବେ କାମ କରୁଥିବା ଲୋକଙ୍କ ପାଇଁ ସରକାର ଏକ ନୀତି ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି। ଘରୋଇ ସହାୟକ ଭାବେ ନିଯୁକ୍ତି ପାଉଥିବା ଏହି ଲୋକମାନଙ୍କୁ ସଂଗଠିତ କରିବା ଉଦ୍ଦେଶ୍ୟରେ ସରକାର ଏକ ନୀତି ନିର୍ଦ୍ଧାରଣ କରିବେ। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଚଳିତ ମାସରେ ସରକାର ଚିଠା ନିୟମ ପ୍ରସ୍ତୁତ କରିବେ। ପ୍ରସ୍ତୁତ ହେବାକୁ ଥିବା ନିମୟରେ ଏହି ଘରୋଇ ସହାୟକଙ୍କ ସାମାଜିକ ନିରାପତ୍ତା, ସର୍ବନିମ୍ନ ମଜୁରୀ ଓ କାର୍ଯ୍ୟ ସମୟ ସୀମା ଆଦି ଧାର୍ଯ୍ୟ କରାଯିବ।