www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୁନାବେଶ – ଦୋଳବେଦୀରେ ଭକ୍ତଙ୍କ ସହ ଫଗୁ ଖେଳିଲେ ଚଳନ୍ତି ପ୍ରତିମା

ଭୁବନେଶ୍ୱର/ପୁରୀ – ଋତୁରାଜ ବସନ୍ତ । ଫଗୁଣରେ ଆମ୍ବ ବଉଳର ବାସ୍ନା, ନବ କିଶଳୟ କଅଁଳି ଉଠିଥାଏ ବୃକ୍ଷ ଲତାରେ । ଏହି ଅବସରରେ ପୁରପଲ୍ଲୀରେ ଅନୁଷ୍ଠିତ ହୋଇଥାଏ ଫଗୁଣର ଫଗୁ ଖେଳ ସହ ହୋଲି ।

ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ  ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ଆସିବା ସହ ଭକ୍ତ ଓ ସେବାୟତଙ୍କ ସହ ମିଶି ଫଗୁ ଖେଳିଛନ୍ତି । ପରମ୍ପରା ଅନୁସାରେ ଆଜି ଶ୍ରୀଜିଉ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।ମହାଜନେ ଦୋଳିରେ ଦୋଳଠାକୁରଙ୍କୁ ବିଜେ କରିବା ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା। ନୀତି ସରିବା ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡିବା ସହ ସୁନାବେଶ କରାଯାଇ ମହାସ୍ନାନ ବଢିବ ।

- Advertisement -

ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିମାନରେ ଯାଇ ଦୋଳବେଦୀରେ ବିଜେ ହୋଇ ଫଗୁ ଖେଳିଛନ୍ତି। ସେଠାରେ ଶ୍ରୀଜୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପାରମ୍ପରୀକ ରୀତିମତେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଦୋଳବେଦୀ ଉପରେ ନୂତନ ପଞ୍ଜିକା ପାଠ କରାଯାଇଥିଲା । ଭକ୍ତମାନେ ପ୍ରଭୁଙ୍କ ସହ ଫଗୁ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories