ଡାକ୍ତର କବିପ୍ରସାଦ ସ୍ମୃତିପରିଷଦର ୬୯ ତମ ମାସିକ ଆଲୋଚନା ଚକ୍ର
ଭୁବନେଶ୍ୱର: ଡାକ୍ତର କବିପ୍ରସାଦ ମିଶ୍ର ସ୍ମୃତି ପରିଷଦର ୬୯ ତମ ମାସିକ ଆଲୋଚନା ଚକ୍ର ପ୍ରଭାତ କୁମାର ନନ୍ଦଙ୍କ ସଭାପତିତ୍ୱରେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସ ମଣ୍ଡଳ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟଅତିଥି ଭାବେ ଡାକ୍ତର ରବିନ୍ଦ୍ର ନାରାୟଣ ସାମନ୍ତ,ମୂଖ୍ୟବକ୍ତା ଭାବେ ପୀତବାସ ରାଉତରାୟ, ସମ୍ମାନୀତ ଅତିଥି ଭାବେ ପର୍ଶୁରାମ ଦ୍ୱିବେଦୀ,ସମ୍ମାନୀତ ବକ୍ତାଭାବେ ରାଜେନ୍ଦ୍ର କୁମାର ମହାନ୍ତି ,ଅନ୍ୟତମ ବକ୍ତା ଓ ଆୟୋଜକ ଭାବେ ସୀତାବଲ୍ଲଭ ମହାପାତ୍ର,ମିନତୀ ଷଡ଼ଙ୍ଗୀ ଯୋଗଦାନ କରି ଡ଼ାକ୍ତର ମିଶ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିବା ସହ ତାଙ୍କୁ ଆଧୁନିକ ବେଶଧାରୀ ସନ୍ଥ ଭାବେ ପ୍ରତିପାଦିତ କରିଥିଲେ। ତାଙ୍କ ରଚିତ ଲୋକପ୍ରିୟ ପୁସ୍ତକ “ବାଇଶି ପାହାଚ” ଓଡିଆ ଆଧ୍ୟାତ୍ମିକ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ ଅଟେ। ଏହା ପାଠ କଲେ ବିଷାଦଗ୍ରସ୍ତ ମନ ଆନନ୍ଦିତ ହୋଇଯାଏ ବୋଲି ମତପ୍ରକାଶ ପାଇଥିଲା।ଏହି ଅବସରରେ ପୀତବାସ ରାଉତୀରାୟ ‘ଓଡିଶାର ଜନଜୀବନ ଉପରେ ଶ୍ରୀ ଜଗନ୍ନାଥ ମନ୍ଦିରର ଅର୍ଥନୌତିକ ପ୍ରଭାବ’ ବିଷୟ ବସ୍ତୁକୁ ନେଇ ଗବେଷଣା କରି ଡକ୍ଟରେଟ୍ ପାଇଥିବାରୁ ମୂଖ୍ୟଅତିଥି ଡାକ୍ତର ସାମନ୍ତ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସ ମଣ୍ଡଳ ପକ୍ଷରୁ ଡାକ୍ତର ସାମନ୍ତ ଓ ପୀତବାସ ରାଉତରାୟଙ୍କକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନା ଚକ୍ରର ପ୍ରାରମ୍ବରେ ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଶ୍ରୀ ମିଶ୍ର ତାଙ୍କ ସ୍ୱାଗତ ଭାଷଣରେ ଡାକ୍ତର କବିପ୍ରସାଦ ମିଶ୍ରଙ୍କୁ ଜଣେ ଦିବ୍ୟାତ୍ମା ଦିବ୍ୟପୁରୁଷ ରୂପେ ଅଭିହିତ କରିଥିଲେ।
Comments are closed.