www.samajalive.in
Tuesday, December 9, 2025
17.1 C
Bhubaneswar

କରୋନା ଯୋଗୁଁ ପ୍ରଭାବିତ ହେଲା ସ୍ମୃତି ଶକ୍ତି ଓ ନିଦ; ବିବ୍ରତ ହୋଇ ଡାକ୍ତର କଲେ ଆତ୍ମହତ୍ୟା

ପାଟନା: ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ, କରୋନା ଆକ୍ରାନ୍ତମାନଙ୍କ ମାନସିକ ସ୍ଥିତିରେ କିଛିଟା ପ୍ରଭାବ ପଡ଼ିଥାଏ। ନିକଟରେ ଏହିପରି ଏକ ମାମଲା ସାମ୍ନାକୁ ଆସିଛି ବିହାରର ଜମୁଇରୁ, ଯେଉଁଠି କି କରୋନା ସଂକ୍ରମିତ ହେବା ପରେ ଜଣେ ଡାକ୍ତରଙ୍କ ସ୍ମରଣ ଶକ୍ତି କାମ କରିବା ବନ୍ଦ ହୋଇଗଲା ଓ ଏନେଇ ବିବ୍ରତ ଡାକ୍ତର ଜଣକ ଆତ୍ମହତ୍ୟା କରିଦେଲେ।

ଜମୁଇର ଗିଧୌର ବ୍ଲକରେ ଜଣେ ଡାକ୍ତର ନିଜ ସରକାରୀ ବାସଭବନରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଡାକ୍ତର ରାମସ୍ୱରୂପ ଚୌଧୁରୀ ଦିଗ୍‍ବିଜୟ ସିଂହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ମଙ୍ଗଳବାର ସକାଳ ସାଢେ ୯ଟା ସମୟରେ ସେ ନିଜ ସରକାରୀ ବାସଭବନରେ ସୁଇସାଇଡ଼ ନୋଟ୍‍ ଲେଖି ଆତ୍ମହତ୍ୟା କରିଛନ୍ତି।

- Advertisement -

ସୂଚନା ମୁତାବକ, ସକାଳେ ଦୀର୍ଘ ସମୟ ଧରି ଡାକ୍ତର ରାମସ୍ୱରୂପ ନିଜ ସହକର୍ମୀ ଓ ବିଭାଗର ଅନ୍ୟ ଲୋକଙ୍କ ସହ ଫୋନରେ କଥା ହୋଇଥିଲେ। ଏହାପରେ ଜଳଖିଆ କରି ଡାକ୍ତରଖାନା ବାହାରିିବା ପାଇଁ ରୁମ୍‍ ଭିତରକୁ ଗଲେ। ଦୀର୍ଘ ସମୟ ଧରି ସେ ବାହାରକୁ ନ ଆସିବାରୁ ତାଙ୍କ ପତ୍ନୀ, ପିଲା ଏବଂ ଡ୍ରାଇଭର ରୁମ ପାଖକୁ ଗଲେ। ସେମାନେ ଦେଖିଲେ ଯେ ରୁମ୍‍ ଭିତର ପଟୁ ବନ୍ଦ ଅଛି। ଅନେକ ଥର ଡାକିବା ପରେ ମଧ୍ୟ କବାଟ ନ ଖୋଲିବାରୁ ସେମାନେ କବାଟ ଭାଙ୍ଗି ଦେଖିଲେ ଯେ ଡାକ୍ତର ରାମସ୍ୱରୂପ ପଙ୍ଖାରେ ଝୁଲୁଛନ୍ତି। ରୁମ୍‍ରୁ ମିଳିଥିବା ସୁଇସାଇଡ଼ ନୋଟରେ ଲେଖିଥିଲା ଯେ, କରୋନା ସଂକ୍ରମିତ ହେବା ପରେ ସ୍ମୃତି ଶକ୍ତି କାମ କରୁ ନଥିଲା, ନିଦ ହେଉ ନ ଥିଲା, ପାଗଳ ଭଳି ଲାଗୁଥିଲା। ତେଣୁ ମୁଁ ଆତ୍ମହତ୍ୟା କରୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories