www.samajalive.in
Saturday, December 6, 2025
14.1 C
Bhubaneswar

ବିଳମ୍ବିତ ରାତିରେ ଘରେ ପଶି ଥିବା ନିଶାସକ୍ତ ଯୁବକକୁ ଖୁଣ୍ଟରେ ବାନ୍ଧି ଲୋକେ ନିର୍ଦ୍ଧୁମ ଛେଚିଲେ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଭୃଙ୍ଗରାଜପଶି ଗ୍ରାମରେ ଗତ ବିଳମ୍ବିତ ରାତିରେ ଘରେ ପଶି ଥିବା ଜଣେ ନିଶାସକ୍ତ ଯୁବକକୁ ଖୁଣ୍ଟରେ ବାନ୍ଧି ଲୋକେ ନିର୍ଦ୍ଧୁମ ଛେଚିଛନ୍ତି। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଭୃଙ୍ଗରାଜପଶି ଗ୍ରାମର ପଇଡା ମୁଣ୍ଡାଙ୍କ ଘରେ ଇନ୍ଦିପୁର ଗ୍ରାମର ଖିରୋଦ ନାଏକ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଘରେ ପଶି ଥିଲେ । ଏହା ଜାଣିପାରି ପରିବାର ଲୋକେ ପାଟି କରିବାରୁ ପଡିଶା ଓ ଗ୍ରାମବାସୀ ଯୁବକ ଜଣଙ୍କୁ କାବୁ କରିଥିଲେ। ତେବେ ଲୋକଙ୍କ ହାତରେ ଧରାପଡି ଥିବା ଯୁବକକୁ ଏକ ଖୁଣ୍ଟରେ ବାନ୍ଧି ଲୋକେ ନିର୍ଦ୍ଧୁମ ଛେଚି ଥିବା ବେଳେ ଆଜି ସକାଳୁ ଖବର ପାଇ ତୁରୁମୁଙ୍ଗା ପୁଲିସ ସଂପୃକ୍ତ ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ପାଟଣା ମେଡିକାଲରେଭର୍ତ୍ତି କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories