www.samajalive.in
Monday, December 15, 2025
24.1 C
Bhubaneswar

ନିଟ୍‍ ପରୀକ୍ଷା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି: ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିଟ୍‍ ପରୀକ୍ଷାକୁ ନେଇ ଆଜି ସୁପ୍ରିମକୋର୍ଟରେ ପୁଣି ଥରେ ଶୁଣାଣି ହେବାକୁ ଯାଉଛି । ତେବେ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ବିବାଦ ଦେଖାଦେବା ପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା । ତେବେ ଜୁଲାଇ ୮ରେ ଏହାର ଶୁଣାଣି କରି ତଦନ୍ତକାରୀ ସଂସ୍ଥା ସିବିଆଇ, କେନ୍ଦ୍ର ସରକାର ଓ ଏନଟିଏକୁ ବୁଧବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ । ଗତ ସୋମବାର ଦିନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ପ୍ରଶ୍ନପତ୍ର ଲିକର କାରଣ ଏବଂ ଦାଗୀ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରିବା ଉପରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ଜଣାପଡିଛି ଯେ ପୁର୍ନବାର ନିଟ୍‍ ପରୀକ୍ଷା କରାଇବା ସପକ୍ଷରେ ସରକାର ନାହାଁନ୍ତି । ସତ୍ୟପାଠରେ ବ୍ୟାପକ ଅନିୟମିତତା ହୋଇନଥିବା ଦର୍ଶାଯାଇଛି । ଏଥିପାଇଁ ୨୩ଲକ୍ଷ ପରୀକ୍ଷାର୍ଥୀଙ୍କ ଉପରେ ପୁର୍ନବାର ପରୀକ୍ଷା ବୋଝ ଲଦି ଦିଆନଯାଉ । ସେପଟେ ଏନଟିଏ କହିଛି ପାଟନାରେ ହୋଇଥିବା ପେପର ଲିକ୍‍ ମାମଲାରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ ସହିତ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି । ଏହାବ୍ୟତୀତ ୬୧ଜଣ ଛାତ୍ର ୭୨୦ରୁ ୭୨୦ ନମ୍ବର କିପରି ପାଇଲେ ସେ ନେଇ ଉତ୍ତର ରଖିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories